ରାଜଧାନୀରେ କୁଖ୍ୟାତ ନିଶା ମାଫିଆକୁ ଏନକାଉଣ୍ଟର୍, କ୍ୟାପିଟାଲ୍ ହସ୍ପିଟାଲ୍ ପରେ କଟକ ଏସସିବି ସ୍ଥାନାନ୍ତର

Date:

Share post:

ଭୁବନେଶ୍ୱର, (୨୭/୦୫) : ଆପ୍ର : ରାଜଧାନୀରେ ଏନକାଉଣ୍ଟର୍ । ଭୁବନେଶ୍ବରରେ କୁଖ୍ୟାତ ନିଶା ମାଫିଆକୁ ଏନକାଉଣ୍ଟର୍ । ପପୁନ୍ ମାଝୀକୁ ଏନକାଉଣ୍ଟର୍ କଲା କମିଶନରେଟ୍ ପୋଲିସ୍ ।

ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ନିଶା ମାଫିଆ ପପୁନ୍ । ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ନିଶା ଡିଲ୍ ବେଳେ ଏନକାଉଣ୍ଟର୍ । ପ୍ରଥମେ ପୋଲିସ୍ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲା ପପୁନ୍ । ସେପଟେ ପୋଲିସର ପାଲଟା ଗୁଳି ଚାଳନାରେ ପପୁନ୍ ଗୁରୁତର ହୋଇଛି । ପପୁନ୍ କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ପପୁନ ନାଁରେ ଖଣ୍ଡଗିରି, ନୟାପଲ୍ଲୀ, ନୟାଗଡ଼ ଆଦି ଅନେକ ଥାନାରେ ୩୦ରୁ ଅଧିକ ମାମଲା ରହିଛି । ଏପରିକି ମର୍ଡର କେସରେ ମଧ୍ୟ ସମ୍ପୃକ୍ତି ରହିଛି । ପୁପୁନର ଘର ଗଞ୍ଜାମ ଜଗନ୍ନାଥ ପ୍ରସାଦ। ସେ ଭୁବନେଶ୍ୱର ଡୁମୁଡୁମାରେ ରୁହେ । ଦୀର୍ଘ ୧୭ ବର୍ଷ ଧରି ଅପରାଧ ଦୁନିଆରେ ପାଦ ଥାପିଥିଲା । ୩୨ ବର୍ଷୀୟ ଅପରାଧୀ ତାକୁ ପ୍ରଥମେ ପୋଲିସ ସରେଣ୍ଡର ପାଇ କହିଥିଲା । କିନ୍ତୁ ପାଲଟା ଆକ୍ରମଣ ଯୋଗୁଁ ପୋଲିସ ଏନକାଉଣ୍ଟର କରିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...