ଭୁବନେଶ୍ୱର, (୦୯/୦୯) : ଆପ୍ର : ମୃଦ୍ୟୁ ପାନୀୟ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ । ରାଜଧାନୀର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ । କୋଲଡ ଡ୍ରିଙ୍କସ ପିଇବାକୁ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିଛି ଘର ମାଲିକ ।
ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅଞ୍ଚଳର ରଞ୍ଜନ କୁମାର ମହାରଣା । ରଞ୍ଜନ ପଟିଆ ଅଞ୍ଚଳରେ ଭଡ଼ାରେ ରହୁଥିବା ବେଳେ ମହିଳା ଜଣକ ତା’ ଘରେ ଘରୋଇ ସହାୟିକା ଭାବେ କାମ କରନ୍ତି । ମହିଳାଙ୍କ ସ୍ୱାମୀ ମଧ୍ୟ ଘରକୁ ଯିବାଆସିବା କରୁଥିବା ବେଳେ ପରସ୍ପରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିଲା । କୋଲଡ ଡ୍ରିଙ୍କସରେ ନିଶା ଦେଇ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

