ଟ୍ରକ୍-ବାଇକ୍ ଧକ୍କା, ୨ ଭାଇ ମୃତ

Date:

Share post:

ଖୋର୍ଦ୍ଧା, (୨୩/୦୬) : ଆପ୍ର : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାହା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଦେଇଛି ।

ବୋଲଗଡ଼ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ଦିଘିରି ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକାସଙ୍ଗେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଛି । ମୃତକମାନେ ହେଲେ ଦିଘିରି ଗାଁର ଆକାଶ ପ୍ରଧାନ ଓ ବିକାଶ ପ୍ରଧାନ । ସୂଚନା ଅନୁସାରେ, ଦୁଇ ଭାଇ ଏକ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଦିଘିରି ନିକଟରେ ସେମାନଙ୍କ ବାଇକ୍‌ଟି ରାସ୍ତା କଡ଼ରେ ଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଭାଇ ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଜଣାପଡ଼ିଛି ।

ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଅକାଳ ବିୟୋଗରେ ପ୍ରଧାନ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି । ଏକାସଙ୍ଗେ ଦୁଇ ପୁଅଙ୍କୁ ହରାଇବା ଦୁଃଖରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜୁଲାଇ ୫ ପରୀକ୍ଷା ନେଇ ସୂଚନା ଜାରି

କଟକ, (୨୩/୦୬) : ଆପ୍ର : ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ରେ ହେବାକୁ ଥିବା ଏହି ଓଟିଇଟି ପରୀକ୍ଷା...

ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ : ଆନ୍ଦୋଳନ ପାଇଁ ଚାଷୀ ସଜବାଜ

ବୌଦ୍ଧ, (୨୩/୦୬) : ଆପ୍ର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ...

ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ବାପା ଗିରଫ

ବରଗଡ଼, (୨୩/୦୬) : ଆପ୍ର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକା ଝିଅକୁ...

ସ୍କୁଲରେ ଡିଇଓଙ୍କ ଆକସ୍ମିକ ପରିଦର୍ଶନ, ଶିକ୍ଷା କ୍ଷେତ୍ରେ ନୂଆ ଉତ୍ସାହ

ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ଶିକ୍ଷାଦାନର ମାନ ଯାଞ୍ଚ ମୁରିବାହାଲ, (୨୩/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର...