Homelocalଭାରତୀୟ ଷ୍ଟେଟ୍ ବ୍ୟାଙ୍କର, ପେନସନ ଉପଭୋକ୍ତା ଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର, ପେନସନ ଉପଭୋକ୍ତା ଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ

ଗୁଣପୁର, (୧୭/୭) : ଆପ୍ର : ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିବାର ସରକାରଙ୍କ ଏକ ଅଭିନବ ଯୋଜନା ପେନସନ ଯୋଜନା । ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗୁଣପୁର ମୂଖ୍ୟ ଶାଖାରେ ୧୫/୭/୨୬ ତାରିଖ ଦିନ କେତେଜଣ ପେନସନ ଉପଭୋକ୍ତା ଙ୍କୁ ନେଇ ଏକ ସଚେତନତା ମୂଳକ ଵୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଗୁଣପୁର ମୂଖ୍ୟ ଶାଖାର ମୁଖ୍ୟ ପରିଚାଳକ ସୁରେନ୍ଦ୍ର ବେହେରା ଉପସ୍ଥିତ ରହି ପେନସନ ଉପଭୋକ୍ତା ମାନେ କିପରି ଆଜୀବନ ପେନସନର ସୁବିଧା ପାଇଁ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ ଏବଂ ପେନସନ ଉପଭୋକ୍ତା ମାନେ କିପରି ସୁବିଧାରେ ଋଣ ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଗୁଣପୁର ମୂଖ୍ୟ ଶାଖା ରେ ପେନସନ ଉପଭୋକ୍ତା ମାନଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର, କୁଇକ୍ ସର୍ଭିସ୍, ଡୋର ଷ୍ଟେପ୍ ଭଳି ସୁବିଧା ରହିଥିବାର ମୂଖ୍ୟ ପରିଚାଳକ ସୂଚନା ଦେଇଥିଲେ । ଏହି ବୈଠକରେ ବାଳକୃଷ୍ଣ ସେନାପତି, ନୀଳମାଧବ ପାଢ଼ୀ, ରାଧାନାଥ ପାଢ଼ୀ, ପ୍ରଫୁଲ୍ଲ ଦାସ, ରବି ପାଢ଼ୀ ଓ ଅନେକ ପେନସନ ଉପଭୋକ୍ତା ଉପସ୍ଥିତ ଥିବା ସୂଚନା ମିଳିଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ମନୋଜ ପଣ୍ଡା, ଏସ୍ ମୋହନ , ସୋମ୍ୟୈ ପ୍ରମୁଖ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଏଭଳି ସଚେତନତା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments