Homebreaking newsଛାତ୍ରର ଛୁରା ମାଡ଼ରେ ଆଉ ଜଣେ ଛାତ୍ର ଗୁରୁତର, ସାମାନ୍ୟ ବଚସାରୁ ସ୍କୁଲ ପରିସରରେ ଛୁରା...

ଛାତ୍ରର ଛୁରା ମାଡ଼ରେ ଆଉ ଜଣେ ଛାତ୍ର ଗୁରୁତର, ସାମାନ୍ୟ ବଚସାରୁ ସ୍କୁଲ ପରିସରରେ ଛୁରା ମାଡ଼

ବାଲେଶ୍ଵର, (୨୩/୧୧) : ଆପ୍ର : ବାଲେଶ୍ଵରର ଏକ ପବ୍ଲିକ ହାଇସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲ ଭିତରେ ଜଣେ ଛାତ୍ରର ଛୁରା ମାଡ଼ରେ ଆଉ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି ।

ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟ ଦଶମ ଶ୍ରେଣୀର ଛାତ୍ର । ଦୁଇ ଛାତ୍ର ମଧ୍ୟରେ ଆଜି ସାମାନ୍ୟ ବଚସାରୁ ସ୍କୁଲ ପରିସରରେ ଛୁରା ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ସ୍କୁଲ ପଡ଼ିଆ ମଧ୍ୟରେ ଜ୍ୟାମିତି ବାକ୍ସରେ ଥିବା ଛୁରାରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଆକ୍ରମଣ କରିଥିବା ଉଭୟ ଛାତ୍ରକୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅଫିସ ରୁମ୍ କୁ ଡାକି ପଚରା ଉଚୁରା କରୁଛନ୍ତି । ଗୁରୁତର ଛାତ୍ରଙ୍କ ବେକ ପଛପଟେ ୫ ଟି ଷ୍ଟିଚ୍ ପଡ଼ିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଘଟଣାକୁ ନେଇ ସ୍କୁଲ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦୋଷୀ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments