ଜୟପୁର, (୧୯/୦୮) : ଆପ୍ର : ବାଘ ଆତଙ୍କ ପାଇଁ ଲାଗିଲା ଟ୍ରାପ କ୍ୟାମେରା । କୋରାପୁଟ ଜୟପୁରରେ କଲରାପତରିଆ ବାଘ ଆତଙ୍କ ଥମିବାର ନାଁ ନେଉନି ।
ଆଜି ଭୋର ସମୟରେ ମଧ୍ୟ ପୁଣି ଥରେ ବାଘ ଦେଖାଦେଇଥିବା ବେଳେ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବାଘର ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଅଞ୍ଚଳରେ ୪ଟି ଟ୍ରାପ୍ କ୍ୟାମେରା ଲାଗିଲା । ଏ ନେଇ ଜୟପୁର ଉପ-ବନାଞ୍ଚଳ ଅଧିକାରୀ ଦେବେନ୍ଦ୍ର ମାଝୀ ସୂଚନା ଦେଇଛନ୍ତି । ଟ୍ରାପ କେମେରା ରେ ଆସିଥିବା ଚିତ୍ରକୁ ତର୍ଜମା ପରେ ପ୍ରକୁତରେ ଜଣା ପଡିବ ଯେ ପଇଁତରା ମାରୁଥିବା ଯନ୍ତୁ ଟି ବାଘ ନା ଜଙ୍ଗଲୀ ବିଲେଇ । ବାଘ ଉପରେ ନଜର ରଖିବାକୁ ୧୦ ଜଣିଆ ବନ କର୍ମଚାରୀଙ୍କ ଟିମ୍ ନିୟୋଜିତ ହୋଇଛନ୍ତି । ୮ ଘଣ୍ଟା ବ୍ୟବଧାନରେ ପର୍ଯ୍ୟାୟ କ୍ରମେ ଦିନରାତି ପାଟ୍ରୋଲିଂ କରିବେ। ଭୋର ସମୟରେ ପୁଣି ବାଘ ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି ।

