Homelocalପୁରୀ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ଜିଲ୍ଲା ପାଚିକା ସଂଘ, ତିନି ମାସର ବକେୟା ଦରମା ଦାବି

ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ଜିଲ୍ଲା ପାଚିକା ସଂଘ, ତିନି ମାସର ବକେୟା ଦରମା ଦାବି

ପୁରୀ, (୨୫/୦୮) : ଆପ୍ର : ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ଜିଲ୍ଲା ପାଚିକା ସଂଘ । ତିନି ମାସର ବକେୟା ଦରମା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳର ଘେରିଛନ୍ତି ପାଚିକା ।

ଗତ ମେ ମାସରୁ ଚଳିତ ଅଗଷ୍ଟ ମାସ ପର୍ଯ୍ୟନ୍ତ ପାରିଶ୍ରମିକ ମିଳିନାହିଁ । ସ୍କୁଲ ଛୁଟି ଥିବା ଆଳ ଦେଖାଇ ବିଭାଗ ଏମାନଙ୍କ ଦରମା ଦେଇ ନାହିଁ । ରଜ ପରେ ଜୁନ୍ ୧୮ରୁ ସ୍କୁଲ ଖୋଲିଥିଲେ ମଧ୍ୟ ଜୁନ ମାସର ପାରିଶ୍ରମିକ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି । ରାଜ୍ୟର ନୟାଗଡ଼ ଖୋର୍ଦ୍ଧା, ଭଦ୍ରକ ଓ ମୟୂରଭଂଜ ସମେତ ଆହୁରି ଅନେକ ଜିଲ୍ଲାରେ ପାଚିକା ସେମାନଙ୍କ ପ୍ରାପ୍ୟ ପାଇ ସାରିଛନ୍ତି। କିନ୍ତୁ ପୁରୀ ଜିଲ୍ଲାର ପାଚିକାଙ୍କୁ ଏ ପର୍ଯ୍ୟନ୍ତ ସେମାନଙ୍କ ପାରିଶ୍ରମିକ ଦିଆଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପିଏମ୍ ପୋଷଣ ଯୋଜନାରେ ନିଯୁକ୍ତ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ପାଚିକା ସେମାନଙ୍କ ମାସିକ ୩ ହଜାର ଟଙ୍କା ପାରିଶ୍ରମିକ ପାଇନାହାନ୍ତି। ତୁରନ୍ତ ବକେୟା ଦରମା ପ୍ରଦାନ କରା ନ ଗଲେ ଆସନ୍ତା ୧ରୁ ବିଭିନ୍ନ ସ୍କୁଲ୍ ରେ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ପାଚିକା। ଏହାସହ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଚେତେଇ ଦେଇଛି ଜିଲ୍ଲା ପାଚିକା ସଂଘ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments