Homelocalବୁଡ଼ି ରହିଛି ଚାଷଜମି, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ବୁଡ଼ି ରହିଛି ଚାଷଜମି, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ବିନିକା, (୦୯/୦୮) : ଆପ୍ର : ବୁଡ଼ି ରହିଛି ଚାଷଜମି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ କଇଁନ୍ତରା ପଞ୍ଚାୟତ ବାଞ୍ଜିପାଲି ଗାଁର ଶହ ଶହ ଏକର ଚାଷଜମି ଜଳମଗ୍ନ

ପାଣି ଜମି ରହିଥିବାରୁ ତଳି ପଚି ସଢି ଗଲାଣି । ଏପଟେ ରାସ୍ତାରେ ୨୫ ଫୁଟର ଘାଇ ସୃଷ୍ଟିହୋଇ ଚାଷଜମି ବାଲିଚର ହୋଇଛି। ଫଳରେ ଧାର କରଜ କରି ଚାଷ ଆରମ୍ଭ କରିଥିବା ଚାଷୀ ଏବେ ଚିନ୍ତାରେ । ଚାଷଜମିରେ ଦୀର୍ଘ ସମୟ ଧରି ପାଣି ଜମି ରହିବା ଯୋଗୁଁ ଧାନ ତଳି ପଚି ସଢ଼ିବାକୁ ବସିଲାଣି । ଅନେକ ସ୍ଥାନରେ ଚାଷଜମିରେ ପାଣି ଜମି ରହିଥିବାରୁ ଚାଷୀମାନେ ଜମିକୁ ଯାଇ ନିଜ ଫସଲର ଅବସ୍ଥା ମଧ୍ୟ ଦେଖିପାରୁନାହାନ୍ତି । ଯେଉଁ ଜମିରେ ସୁନାର ଫସଲ ଅମଳ କରିବାର ସ୍ୱପ୍ନ ଦେଖିଥିଲେ, ସେହି ଜମି ଏବେ ପାଣି ଭିତରେ ବୁଡ଼ି ରହିଛି ।

ଅନ୍ୟପଟେ ରାସ୍ତାରେ ପ୍ରାୟ ୨୫ ଫୁଟର ଘାଇ ସୃଷ୍ଟି ହୋଇଛି । ଏହି ଘାଇ ଦେଇ ବନ୍ୟାଜଳ ଚାଷଜମିକୁ ପ୍ରବେଶ କରିବା ସହ ଅନେକ ଜମିରେ ବାଲି ଜମିଯାଇଛି । ଫଳରେ ଉର୍ବର ଚାଷଜମି ବାଲିଚରରେ ପରିଣତ ହୋଇଛି। ଗୋଟିଏ ପଟେ ପାଣିରେ ଫସଲ ନଷ୍ଟ ହେଉଥିବା ବେଳେ ଅନ୍ୟପଟେ ବାଲି ମାଡ଼ିଯିବାରୁ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments