ଭୁବନେଶ୍ବର, (୦୯/୦୮) : ଆପ୍ର : ଆଜିଠୁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ । ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଅଭିଯାନ ।
ଅଭିଯାନ ମାଧ୍ୟମରେ ଘରେ ଘରେ ଜାତୀୟ ପତାକା ଉଡ଼ାଇବା ସହ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରାଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅଭିଯାନ ଆୟୋଜନ କରାଯାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜନସାଧାରଣଙ୍କୁ ଏଥିରେ ସାମିଲ କରାଯିବ । ଏନେଇ ଆଜି ହାତୀଆଶୁଣି ପଡିଆ ଠାରୁ ଲୁମ୍ବିନ ବିହାର ପଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଛି । ୪୪ ଲକ୍ଷ ୪୦ ହଜାର ଜାତୀୟ ପତାକାକୁ ନେଇ ତ୍ରିରଙ୍ଗା ଯାତ୍ରା ପ୍ରସ୍ତୁତ ହୋଇଛି । ଆଜିଠାରୁ ଘରେ ଘରେ ତିରଙ୍ଗା ଲଗାଇ ଅଭିଯାନକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଅଭିଯାନ ଚାଲିବ ।

