Homelocalବାଦ ବିବାଦରେ ପାଳିତ ହେଲା ସ୍ବାୟତ୍ତ ଶାସନ ଦିବସ

ବାଦ ବିବାଦରେ ପାଳିତ ହେଲା ସ୍ବାୟତ୍ତ ଶାସନ ଦିବସ

  • ପ୍ରୋଟୋକଲ ବିବାଦ, ଗୁଣପୁର ପୌରପାଳିକା ବନାମ ବିଧାୟକ

ଗୁଣପୁର, (୧/୯) : ଆପ୍ର : ଗୁଣପୁର ଠାରେ ସ୍ବାୟତ୍ତ ଶାସନ ଦିବସ ପାଳନକୁ କେନ୍ଦ୍ର କରି ରାଜନୀତି ବେଶ୍ ସରଗରମ ହୋଇଉଠିଥିବା ଦେଖିବାକୁ ମିଳିଛି ।WhatsApp Image 2026 09 01 at 14.35.15

ଏହି ଅବସରରେ ସହରରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ବରିଷ୍ଠ ନାଗରିକ, ସଫେଇ କର୍ମଚାରୀ, କାଉନସିଲର ଓ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ସହରରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ପୌର ଅଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଓ କାଉନସିଲର ମାନେ ମିଶି ଉଦଘାଟନ କରିଥିଲେ । ଏଠାରୁ ଆରମ୍ଭ ହୋଇଥିଲା ବିବାଦ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କୁ ପୌର ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି ।

ଏଥିସହ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଫଳକରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ନାମ ନଥିବା ନେଇ ବିଧାୟକ ସତ୍ୟଜିତ ଗମାଙ୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସହ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିବା କହିଛନ୍ତି ‌। ବିଧାୟକଙ୍କ ସମର୍ଥକ ମାନେ ଗୁଣପୁର ଉପଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ସହ ଏସ୍ ପି ଙ୍କ ଉଦ୍ଦେଶ୍ୟରେ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଏହି ପ୍ରସଙ୍ଗରେ ବିଧାୟକଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।WhatsApp Image 2026 09 01 at 14.35.16

ସେ କହିଛନ୍ତି ପୂର୍ବରୁ ଅନେକ ସରକାରୀ କାର୍ଯ୍ୟକ୍ରମକୁ ବିଧାୟକଙ୍କୁ ପୂର୍ଣ୍ଣ ସମ୍ମାନର ସହ ଡକାଯାଇଥିଲା, ମାତ୍ର ସେ କୌଣସି କାର୍ଯ୍ୟକ୍ରମକୁ ଆସନ୍ତି ନାହିଁ କି ବିକାଶ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରନ୍ତି ନାହିଁ । ତେବେ ଭୁଲବଶତଃ ଏଥର ନିମନ୍ତ୍ରଣ ହୋଇ ନ ଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ବିବାଦ ଏତିକିରେ ସମାପ୍ତ ହୋଇନାହିଁ , ଯଦି ପ୍ରୋଟୋକଲ ଅନୁସାରେ ଫଳକରେ ନାମ ନ ରହିବ ତେଵେ ଆଗାମୀ ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ବିଧାୟକ ସିଧା ସିଧା ଚେତାବନୀ ଦେଇଛନ୍ତି । ଗୁଣପୁର ଉପଜିଲ୍ଲାପାଳ ବିଧାୟକଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ପୌର ଅଧ୍ୟକ୍ଷାଙ୍କୁ ଏକ ଚିଠି ମାଧ୍ୟମରେ ସରକାରୀ ନିୟମ ଓ ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ତେବେ ସ୍ବାୟତ୍ତ ଶାସନ କାର୍ଯ୍ୟକ୍ରମ ମଞ୍ଚରେ ମୂଖ୍ୟ ଅତିଥି ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଓ ସମ୍ମାନିତ ଅତିଥି ଗୁଣପୁର ବିଡିଓ ସ୍ୱସ୍ତିକ ଜମାଦାର ଯୋଗ ନଦେଇ ବିବାଦ ଠାରୁ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି । ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ବିଶେଷ କିଛି ମତ୍ତ ନଦେଇ, ଏହା ମୋର ଦୁର୍ଭାଗ୍ୟ ବୋଲି କହିଛନ୍ତି । ପୌର କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments