ଧର୍ମଗଡ଼, (୦୯/୧୧) : ଆପ୍ର : କୋକସରା ଥାନା ଲଡୁଗାଁ-ସୁପାଡ଼ ରାସ୍ତା ନିକଟ ବିଲରୁ ମିଳିଥିବା ମୁଣ୍ଡବିହୀନ ମୃତଦେହ ଘଟଣାରେ ନୂଆ ମୋଡ଼ ।
ମୃତ ଯୁବକ ଲଡୁଗାଁ ଗ୍ରାମର ରାଜୁ ବାଗଙ୍କ କଟାମୁଣ୍ଡର ଅଂଶବିଶେଷ ନିକଟସ୍ଥ ନାଲାରୁ ଠାବ ହୋଇଥିବା ସୂଚନା । ଗତ ଗୁରୁବାର ଚାଷଜମିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ମିଳିନଥିଲା ନିଖୋଜ ଅଂଶ । ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଥିଲା । ଶେଷରେ ଶବ ଉଦ୍ଧାରର ୪ ଦିନ ପରେ ନାଲାରୁ ମିଳିଛି ନିଖୋଜ ଅଂଶବିଶେଷ । ତେବେ କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ? ହତ୍ୟା ପଛରେ ରହିଛି କେଉଁ କାରଣ ? ଅଭିଯୁକ୍ତଙ୍କ ପାଖରେ ପୋଲିସ କେବେ ପହଞ୍ଚୁଛି, ତାହା ଏବେ ବଡ଼ ପ୍ରଶ୍ନ ।

