Homeaccidentଯମ ସାଜିଲା ଡିଜେ ଗାଡ଼ି ଟାୟାର, ଜଣେ ମୃତ, ୯ରୁ ଅଧିକ ଆହତ

ଯମ ସାଜିଲା ଡିଜେ ଗାଡ଼ି ଟାୟାର, ଜଣେ ମୃତ, ୯ରୁ ଅଧିକ ଆହତ

ମାଲକାନଗିରି, (୨୩/୧୦) : ଆପ୍ର : ଚକା ଫାଟିଲା, ସଂସାର ଭାଙ୍ଗିଲା । ମାଲକାନଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ରୁ ଅଧିକ ଆହତ ।

ରକ୍ତରଞ୍ଜିତ ହେଲା ରାଜପଥ । ଯମ ସାଜି ଫାଟିଲା ଡିଜେ ଗାଡ଼ି ଟାୟାର । ମାଲକାନଗିରି ମାଥିଲି ନିକଟରେ ଚାଲିଗଲା ଜୀବନ । ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଆହତ । ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୯ ଆହତ । ମାଲକାନଗିରି ଜିଲ୍ଲା ମାଥିଲି ଅଁଳାଯୋଡ଼ି ନିକଟରେ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଧର୍ମଗଡ଼ରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଗାଡ଼ି ଟାୟାର ଫାଟିଯିବାରୁ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୯ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାକୁ ନିଆଯାଇଛି । ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଦୁଃଖର ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ମୁହୂର୍ତ୍ତର ଅଘଟଣ କିପରି ହସଖୁସିର ସଂସାରକୁ ଉଜାଡ଼ି ଦେଇପାରେ, ତାହା ଏହି ଘଟଣା ପୁଣିଥରେ ମନେ ପକାଇ ଦେଇଛି । ତେବେ ଦୁର୍ଘଟଣାର ସଠିକ୍ କାରଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments