ଚେରୁପାଲିରେ ଡୁଙ୍ଗୁରିପାଲି ବ୍ଲକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୬୯ଟି ଦରଖାସ୍ତ ଗ୍ରହଣ

Date:

Share post:

ସୁବର୍ଣ୍ଣପୁର, (୨୫/୦୫) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତାପ କୁମାର ରଣା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସର୍ବମୋଟ ୬୯ (ଅଣସ୍ତରି) ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିବାବେଳେ, ସେଥି ମଧ୍ୟରୁ ୫୨ (ବାଉନ)ଟି ବ୍ୟକ୍ତିଗତ ଓ ୧୫ (ପନ୍ଦର)ଟି ସାମୁହିକ ଦରଖାସ୍ତ ଥିଲା, ଗୋଟିଏ ଦରଖାସ୍ତ ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡ ସହାୟତା ପାଇଁ ଥିବା ବେଳେ, ଆଉ ଏକ ଦରଖାସ୍ତ ରେଡ କ୍ରସ ସହାୟତା ପାଇଁ ରହିଥିଲା ଏବଂ ଗୋଟିଏ ଦରଖାସ୍ତ ର ତୁରନ୍ତ ସମାଧାନ ହୋଇଥିଲା । ଅନ୍ୟାନ୍ୟ ସମସ୍ତ ଦରଖାସ୍ତଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି ।

ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଅତିରିକ୍ତ ତହସିଲଦାର ରୋହିତ ବାଗ, ଚେରୁପାଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିଲୀପ କୁମାର ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ । ଡୁଙ୍ଗରିପାଲି ବିଡିଓ ସଂଜୀବ କୁମାର ସାହୁ ଦ୍ୱାରା ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜଣ ସ୍ୱାସ୍ଥ୍ୟ ଅଧିକାରୀ ଉଷାରଣୀ ଦାସ, ସହାୟକ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

spot_img

Related articles

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ: ଘର ମାଲିକ ଏବଂ ପୁଅ ସହିତ ୬ ମୃତ, ଜଣେ ଗୁରୁତର

କଳାହାଣ୍ଡି, (୨୬/୦୫) : ଆପ୍ର : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ, ଘର ମାଲିକ ଏବଂ ପୁଅ ସହିତ ୬ ମୃତ, ଜଣେ ଗୁରୁତର ।...

ପୁରୀରେ ହେବ BRICS ରାଷ୍ଟ୍ରସମୂହର ‘Disaster Risk Reduction Working Group’ର ଦ୍ଵିତୀୟ ବୈଷୟିକ ସମ୍ମିଳନୀ

ଭୁବନେଶ୍ୱର, (୨୬/୦୫) : ଆପ୍ର : ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର...

ଗାଁ’ରେ ବୁଲୁଛି ଭାଲୁ, ଅଞ୍ଚଳବାସୀ ଭୟଭୀତ

ଉଦଳା, (୨୬/୦୫) : ଆପ୍ର : ଉଦଳାରେ ଦେଖିବାକୁ ମିଳିଛି ଭାଲୁ । ରାତି ଅଧରେ ଗାଁ'ରେ ବୁଲୁଛି ଭାଲୁ । ମୟୂରଭଞ୍ଜ କପ୍ତିପଦା...

IPL ବେଟିଂ କରି ୮ ଗିରଫ, ୫ ଲକ୍ଷରୁ ଅଧିକ ଟଙ୍କା ଜବତ

ଝାରସୁଗୁଡ଼ା, (୨୬/୦୫) : ଆପ୍ର : IPL ବେଟିଂ କରି ୮ ଗିରଫ । ଲୋକମାନେ ବର୍ତ୍ତମାନ ବହୁତ୍ ଠକ୍ ହେବାକୁ ଲାଗିଲେଣି ।...