ଚଳିତବର୍ଷ ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ସହର

Date:

Share post:

ପୁରୀ, (୨୪/୦୬) : ଆପ୍ର : ଚଳିତବର୍ଷ ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ । ସିସିଟିଭି ନଜରରେ ରହିବ ସହର । ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁଷ୍ଠିତ ଦ୍ବିତୀୟ ସମନ୍ବୟ ବୈଠକରେ ନିଷ୍ପତ୍ତି ।

ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ସୁରକ୍ଷା,ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱେରେଜ୍ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ରଥ ନିର୍ମାଣ କମିଟି ଗଠନ କରାଯାଇଛି । ରଥ ଟଣା ଓ ପହଣ୍ଡିକୁ ଅଧିକ ଗୁରୁତ୍ଵ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ।

ସେହିପରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତ ବର୍ଷ ଅନେକ ପଦକ୍ଷେପ ନିଆଯାଇଛି । ରଥଯାତ୍ରା ସମୟରେ ୨୦୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ହେବ । ସହରର ବିଭିନ୍ନ ସ୍ଥାନରେ ହେବ ୩୦ଟି ଆଶୁ ଆରୋଗ୍ୟ କେନ୍ଦ୍ର । ଗହଳି ଓ ସମ୍ବେଦନଶୀଳ ସ୍ଥାନରେ ରାପିଡ ରେସ୍ପନ୍ସ ଟିମ୍ କାମ କରିବ । ୨୩୦ ଡାକ୍ତରଙ୍କ ସହ ସ୍ପେଶିଆଲିଷ୍ଟ ଡାକ୍ତର ମଧ୍ୟ ଆସିବେ । ପୁରୀରେ ସ୍ଥାୟୀ ବର୍ଣ୍ଣ ଓ କ୍ୟାଥୋଲାବ ହେବ । ବର୍ଷା ଜଳ ନିଷ୍କାସନ ପାଇଁ ମଧ୍ୟ ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ପମ୍ପ ରଖାଯିବ । ଦେବସ୍ନାନପୂର୍ଣ୍ଣମୀରେ ମୋଟ ୧୬୦୦ ଟି ଅସ୍ଥାୟୀ ଶୌଚାଳୟ ହେବ। ୨୩ ଟି ସ୍ଥାନରେ ହେବ ଅସ୍ଥାୟୀ ପାର୍କିଂ । ମୋଟ ୪୭୫ ଟି ସିସିଟିଭି କ୍ୟାମେରା ଲାଗିବ। ଜନଗହଳି ନିୟନ୍ତ୍ରଣ ପାଇଁ ୨୮ଟି ଜରୁରୀକାଳିନ ପ୍ରସ୍ଥାନ ପଏଣ୍ଟ ରହିବ ।

ସହରର ବିଭିନ୍ନ ସ୍ଥାନରେ ୬୫ଟି ଡିସପ୍ଲେ ଲାଗିବ । ଆମ୍ବୁଲାନ୍ସ ଗ୍ରୀନ କରିଡ଼ର କରାଯିବ । ସହରର ସୁରକ୍ଷା ପାଇଁ ଏନଏସଜି ସହ ସ୍ଵତନ୍ତ୍ର ଟାକ୍ଟିକାଲ ୟୁନିଟ ମୁତୟନ ରହିବେ । ଯାତ୍ରୀଙ୍କ ସହାୟତା ପାଇଁ ସହାୟତା ଆପ କାର୍ଯ୍ୟକାରୀ ହେବ । ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ୧୩୦ଟି ସ୍ଵତନ୍ତ୍ର ବସ ଗଡ଼ିବ । ରେଳ ବିଭାଗ ପକ୍ଷରୁ ୩୭୦ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ରେଗୁଲାର ଓ ସ୍ଵତନ୍ତ୍ର ଟ୍ରେନ୍ କୁ ମିଶାଇ ମୋଟ ୧୨୦୦ ଟ୍ରେନ୍ ଚଳାଚଳ କରିବ । ୨୫୦୦୦ ଯାତ୍ରୀଙ୍କ ପାଇଁ ରେଳଷ୍ଟେସନ ପାଖରେ ହୋଲ୍ଡିଂ ଏରିଆ କରାଯାଉଛି । ୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟର ଏବଂ ୧୨ଟି ଏଟିଭିଏମ କାର୍ଯ୍ୟ କରିବ । ୮୦୦ ଆରପିଏଫଙ୍କ ସହ ୧୫୦୦ ଜିଆରପି ମୁତୟନ ହେବେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପାଠ୍ୟ ପୁସ୍ତକ ବିତରଣ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବରଗଡ, (୨୪/୦୬ ) : ଆପ୍ର : ସ୍କୁଲ ମାନଙ୍କରେ ତ୍ରୁଟିପୂର୍ଣ୍ଣ ମୁଦ୍ରିତ ପାଠ୍ୟ ପୁସ୍ତକ ବିତରଣ ବିରୁଦ୍ଧରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼...

୭ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନର ଧାରଣା

ବରଗଡ, (୨୪/୦୬) : ଆପ୍ର : ପୁଣି ଧାନ ବିକ୍ରି ଓ ଟୋକନ ସମସ୍ୟାକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗର୍ଜିଲା ସଂଯୁକ୍ତ କୃଷକ...

କେସିଙ୍ଗା ଏନ୍‌ଏସି ତରଫରୁ ବଗାଡରେ ଜବରଦଖଲ ଉଚ୍ଛେଦ

କେସିଙ୍ଗା, (୨୪/୦୬) : ଆପ୍ର : ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ୧୯୬୫ରେ ଗଠିତ କେସିଙ୍ଗା ଏନ୍‌ଏସିରେ ଅନେକ ସ୍ଥାନରେ ଜବରଦଖଲ ଅଭିଯୋଗ...

ଦାଦାର ବାଡ଼ି ପ୍ରହାରରେ ଝିଆରୀ ମୃତ

ବାସୁଦେବପୁର, (୨୪/୦୬) : ଆପ୍ର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଭୈରବପୁର ଗାଁ'ରେ ଅଘଟଣ । ଦାଦାର ବାଡ଼ି ପ୍ରହାରରେ ଝିଆରୀର...