Homebreaking newsମହିଳାଙ୍କ ବେକରୁ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ, ବାଇକରୁ ଖସି ପଡ଼ିଲା ଲୁଟେରା

ମହିଳାଙ୍କ ବେକରୁ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ, ବାଇକରୁ ଖସି ପଡ଼ିଲା ଲୁଟେରା

ଭୁବନେଶ୍ୱର, (୧୮/୦୮) : ଆପ୍ର : ଲୁଟ୍ କରୁଥିଲେ, ଗଳି ପଡ଼ିଲେ । ମହିଳାଙ୍କ ବେକରୁ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ । ବାଇକରୁ ଖସି ପଡ଼ିଲା ଲୁଟେରା ।

ଭୁବନେଶ୍ବର ଏମ୍ସ ହସ୍ପିଟାଲ ସମ୍ମୁଖରେ ଘଟଣା ଘଟିଛି । ରୋଗୀଙ୍କୁ ଏମ୍ସ ହସ୍ପିଟାଲ ନେଇ ଆସିଥିବା ମହିଳାଙ୍କୁ ଟାର୍ଗେଟ କରିଥିଲେ ଲୁଟେରା । ମହିଳାଙ୍କ ବେକରୁ ଚେନ୍ ଝାମ୍ପି ଫେରାର ହେବାକୁ ଉଦ୍ୟମ କରୁଥିଲେ । ହେଲେ ମହିଳା ଜଣଙ୍କ ଲୁଟେରାଙ୍କୁ ଜୋରରେ ଟାଣି ଦେବାରୁ ଚଳନ୍ତା ବାଇକରୁ ଖସିପଡ଼ିଥିଲା ଜଣେ ଲୁଟେରା । ପରେ ମାଡ଼ି ବସିଥିଲେ ସ୍ଥାନୀୟ ଲୋକ । ଲୁଟେରାକୁ କାବୁ ପରେ ଖଣ୍ଡଗିରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଅଭିଯୁକ୍ତ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି । ଅଭିଯୁକ୍ତ ଜଣକ ବାହାର ରାଜ୍ୟର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ଅନ୍ୟ ଜଣେ ଲୁଟେରା ଫେରାର ହୋଇଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments