Homelocalରାୟଗଡା ସହର ୧୨ ନମ୍ବର ୱାର୍ଡରୁ ଉଠୁନି ଓଳିଆ

ରାୟଗଡା ସହର ୧୨ ନମ୍ବର ୱାର୍ଡରୁ ଉଠୁନି ଓଳିଆ

ରାୟଗଡା, (୧୮/୦୮) : ଆପ୍ର : ରାୟଗଡା ସହର ୧୨ ନମ୍ବର ୱାର୍ଡରୁ ଉଠୁନି ଓଳିଆ। ମଶାମାଛି ସଂଖ୍ୟା ବୃଦ୍ଧି ପାଉଛି ପରିମଳ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ନାଳରେ ଜମି ରହୁଛି ଓଳିଆ। ବଢ଼ୁଛି ମଶାମାଛିଙ୍କ ପ୍ରାଦୁର୍ଭାବ ।

ରାସ୍ତା ଓ ନାଳଗୁଡିକରୁ ଉଠୁନି ଓଳିଆ “ସୁସ୍ଥ ରାୟଗଡ଼ ସ୍ବଚ୍ଛ ରାୟଗଡ଼” ସ୍ଲୋଗାନରେ ସୀମିତ ପୌରପରିଷଦ ଚୁପ ହୋଇ ବସିଛି।ସହରରେ ଦିନକୁଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି । ନାଳରୁ ଉଠୁ ନ ଥିବା ଓଳିଆକୁ ଦେଖାଇ ଲୋକେ ଅଭିଯୋଗ କରିଲେ ବିଭାଗୀୟ କର୍ମଚାରି ଜଣେ ଆଉ ଜଣକୁ ଦୋଷ ଦେଖାଇ ହାତ ଝାଡ଼ି ଦେଉଛନ୍ତି ବୋଲି କହୁଛନ୍ତି ୧୨ ନମ୍ବର ୱାର୍ଡ଼ ବାସିନ୍ଦା । ସ୍ଥାନିୟ ଲୋକ ପ୍ରତି ମାସରେ ଘର ପିଛା ୩୦ଟଙ୍କା ଲେଖାଏଁ ଦେବା ସତ୍ତ୍ୱେ ରାସ୍ତା ଏବଂ ନାଳ ସଫା ହେଉନି କାହିଁକି ବୋଲି ପ୍ରଶ୍ନ କହିଛନ୍ତି ।

ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ିଛି, ଅନ୍ୟପଟେ ନାଳର ଦୁର୍ଗନ୍ଧ ଯୋଗୁଁ ଝରକା କବାଟ ଦେଇ ରହିବା ପାଇଁ ବାଧ୍ୟ ହେଉଛୁ। ନାଳ ଉପରେ ଓ ଭିତରେ ବାଲି ମାଟି ଜମି ରହିଛି, ମାସକୁ ଥରେ ମଧ୍ୟ ସଫା ହେଉନି ବୋଲି କହିଛନ୍ତି ସ୍ଥାନୀୟ ବାସି । ପୌରପରିଷଦର ଦାୟିତ୍ୱ ବଢ଼ିଛି କିନ୍ତୁ, ଦାୟିତ୍ୱ ତୁଲାଇ ପାରୁନି ପୌରପରିଷଦ । ପରିମଳ ବ୍ୟବସ୍ଥା , ପରିଚାଳନା ଓ ଦାୟିତ୍ୱରେ ଥିବା କର୍ମଚାରି, ସ୍ବଚ୍ଛସାଥି ଓ ଅଧିକାରିଙ୍କୁ ଅଭିଯୋଗ କରିଲେ ଅଫିସକୁ କୁହନ୍ତୁ ବୋଲି କହି ଅଭିଯୋଗକୁ କର୍ଣ୍ଣପାତ କରୁନାହାଁନ୍ତି ।
ନାଳ ଓ ରାସ୍ତା ସଫା ହେଉ ନ ଥିବାରୁ ଅଳ୍ପକେ ବର୍ଷାରେ କୁତ୍ରିମ ବନ୍ଧ ସୃଷ୍ଟି ହେଉଛି ।

ବିଭାଗ ପକ୍ଷରୁ ପରିମଳ ବ୍ୟବସ୍ଥା ଓ ପରିବେଶ ଠିକ୍ ରଖିବା ପାଇଁ ଡାକବାଜି ଯନ୍ତ୍ର, ଖବର କାଗଜ ଓ ଟେଲିଭିଜନ ମାଧ୍ଯମରେ ସଚେତନତା ସୃଷ୍ଟି କରୁଥିଲେ ସୁଦ୍ଧା, ପୌର ପରିଷଦର ଦାୟିତ୍ୱ ହିନତା ଓ ପରିମଳ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖା ଦେଉଛି । ଅତିଶିଘ୍ର ସମସ୍ୟାର ସମାଧାନ ନ ହେଲେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି ୧୨ନମ୍ବର ୱାର୍ଡ଼ ବାସିନ୍ଦା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments