Homebreaking newsଝିଅ ବାହାଘର ପାଇଁ ମନା କରିବାରୁ ମାଉସୀ ପରିବାର ଉପରେ ଆକ୍ରମଣ, ଜଣେ ମୃତ, ୩...

ଝିଅ ବାହାଘର ପାଇଁ ମନା କରିବାରୁ ମାଉସୀ ପରିବାର ଉପରେ ଆକ୍ରମଣ, ଜଣେ ମୃତ, ୩ ଗୁରୁତର

ପାଟଣାଗଡ଼, (୦୪/୦୭) : ଆପ୍ର : ଝିଅ ବାହାଘର ପାଇଁ ମନା କରିବାରୁ ମାଉସୀ ପରିବାର ଉପରେ ଆକ୍ରମଣ । ଜଣେ ମୃତ, ୩ ଗୁରୁତର

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ମଲ୍ଲିକମୁଣ୍ଡା ଗାଁ’ରେ ଘଟିଛି ଘଟଣା । ସୂଚନା ମୁତାବକ, ଜାମବାହାଲ ଗାଁର ମନବୋଧ ସାହୁଙ୍କ ଝିଅ ତୁରେଇକେଲା ରାମୁଡ଼ ଗାଁର ସୁରେନ୍ଦ୍ର ସାହୁଙ୍କ ସହ ବାହାଘର ଦୀର୍ଘ ଦୁଇବର୍ଷ ହେଲା ଠିକ୍ ହୋଇଥିଲା । କୌଣସି କାରଣରୁ ଝିଅର ବାହାଘର ପାଇଁ ମନବୋଧଙ୍କ ପରିବାର ମନାକରିଥିଲେ । ଗତକାଲି କୌଣସି କାମ ପାଇଁ ସୁରେନ୍ଦ୍ର ଓ ତାଙ୍କ ପରିବାର ମନବୋଧଙ୍କ ଘରକୁ ଆସିଥିଲେ । ରାତିରେ ମନବୋଧଙ୍କ ସଡୁ ବିନୋଦ ସାହୁଙ୍କ ଘରେ ରହିଥିଲେ । ରାତିରେ ଶୋଇଥିବା ବେଳେ ହଠାତ ପରିବାର ଉପରେ ଠେଙ୍ଗାରେ ଆକ୍ରମଣ କରି ସୁରେନ୍ଦ୍ର ଫେରାର ହୋଇଥିଲା । ଗ୍ରାମବାସୀ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନା ଭର୍ତ୍ତି କରିଥିଲେ, ହେଲେ ବିନୋଦ ସାହୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଶବ ଜବତକରି ଅଧିକ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments