Homelocalଉଦଳାରେ ଅଘଟଣ , ପୋଖରୀରେ ବୁଡ଼ି ୭ ବର୍ଷର ନାବାଳିକାର ମୃତ୍ୟୁ

ଉଦଳାରେ ଅଘଟଣ , ପୋଖରୀରେ ବୁଡ଼ି ୭ ବର୍ଷର ନାବାଳିକାର ମୃତ୍ୟୁ

ଉଦଳା, (୦୪/୦୭) : ଆପ୍ର : ସାଙ୍ଗ ସହିତ ଘରୁ ବାହାରି କି ଯାଇଥିଲେ । ହେଲେ ଘରକୁ ଫେରିଲେ ଶବ ହୋଇ । ଗାଁ ପୋଖରୀରେ ବୁଡ଼ି ଚାଲିଗଲା ଜଣେ ୭ ବର୍ଷର ନାବାଳିକାଙ୍କ ଜୀବନ

ଝିଅକୁ ଖୋଜିବା ପାଇଁ ପରିବାର ଲୋକେ ଗୁଣିଆଙ୍କ ସହାୟତା ନେଇଥିଲେ । ଆଉ ଶେଷରେ ସେହି ପୋଖରୀରୁ ମିଳିଥିଲା ଝିଅର ମୃତଦେହ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ । କପ୍ତିପଦା ଥାନା ଅନ୍ତର୍ଗତ ଉଠାଣି ସାହି ଗ୍ରାମର ବାବୁଲି ନାଏକଙ୍କ ୭ ବର୍ଷୀୟା ଝିଅ ରାଜଲକ୍ଷ୍ମୀ ନାଏକ ଆଜି ସକାଳେ ନିଜ ସାଙ୍ଗ ଅନିଶାଙ୍କ ସହ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ । ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଝିଅ କୁଆଡ଼େ ଗଲା ତାହା ଜାଣିପାରୁନଥିବାରୁ ପରିବାର ଲୋକେ ଦୁଇଜଣ ଗୁଣିଆଙ୍କ ସହାୟତା ନେଇଥିଲେ। ଗୁଣିଆ ଗାଁର ଏକ ପୋଖରୀରେ ଝିଅ ପଡ଼ିଥିବା କହିବା ପରେ ପରିବାର ଲୋକେ ସେଠାକୁ ଯାଇ ଖୋଜାଖୋଜି କରିଥିଲେ। ପ୍ରାୟ ୩ ଘଣ୍ଟା ପରେ ସେହି ପୋଖରୀରୁ ରାଜଲକ୍ଷ୍ମୀଙ୍କୁ ଉଦ୍ଧାର କରାଯାଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦଳା ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ପରୀକ୍ଷା କରି ରାଜଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସାଙ୍ଗ ସହିତ ପୋଖରୀକୁ ଯାଇଥିବା ଜଣେ କୁନି ଝିଅର ଏଭଳି ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଘଟଣା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ପରିବେଶ ଫାଟି ପଡୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments