ପୁରୁଷୋତ୍ତମପୁର, (୦୭/୦୬) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ଅନ୍ତର୍ଗତ ଆଲାଡୀ ଗାଁ’ର ଗରିବ ଝିଅ ସନ୍ତୋଷୀନି ପାତ୍ର ଓପିଏସସି ରେ ୧୬୭ ତମ ସ୍ଥାନ ପ୍ରାପ୍ତ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ସରପଞ୍ଚ ପ୍ରତିନିଧି,ହାଇସ୍କୁଲ ଶିକ୍ଷକ ଓ ସମାଜ ସେଵୀ ଓ ଟିଉସନ ଶିକ୍ଷକ ଏନ ରାମଚନ୍ଦ୍ର ରେଡ଼ୀ ।
ଏହା ପୁରୁଷୋତ୍ତମପୁର ମାଟି ପାଈଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଅଟେ । ପ୍ରଥମ ଥର କରି ଜଣେ ଝିଅ ବ୍ଳକ ସ୍ତରରେ ଓପିଏସ ସି ପାଇଛନ୍ତି । ଦୃଢ ସଂକଳ୍ପ କଲେ ନାରୀମଧ୍ୟ ଯେକୌଣସି କାର୍ଯ୍ୟରେ ସୁନାମ ଅର୍ଜନ କରିପାରିବ ଏହା ସନ୍ତୋଷୀଙ୍କ ସଫଳତା ଦର୍ଶାଇ ଦେଉଛି । ବହୁ ବର୍ଷର ଅଧ୍ୟବସାୟ, ପରିଶ୍ରମ ଓ ଧୈର୍ଯ୍ୟର ଫଳସ୍ବରୂପ ଆଜି ସଫଳତା ମିଳିଛି । ଜଣେ ଗରିବ ଆଦିବାସୀ ଘର ର ଝିଅ ସନ୍ତୋଷିନୀ । ନିଜ ଗାଁ ସ୍କୁଲ ରୁ ହିଁ ତାଙ୍କ ପ୍ରତିଭା ର ପରିଚୟ ବିକଶିତ ହୋଇପାରିଥିଲା ତୁଳସୀ ଦୁଇପତ୍ର ରୁ ବାସିଲା ପରି ଏବଂ ଏହାକୁ ଯାଣିପାରିଥିଲେ ହାଇସ୍କୁଲ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ , ସେ ଆଶା କରିଥିଲେ କି ଗରିବ ହୋଇମଧ୍ୟତାଙ୍କର ଏହି ବିକଶିତ ଜ୍ଞନ ଯୋଗୁଁ ସେନିଶ୍ଚିତ ଗୋଟେ ଭଲ ମଣିଷ ହୋଇ ପାରିବେ ।
ଆଜି ତାଙ୍କ ଆଶା ପୂର୍ଣ୍ଣ ହୋଇଛି । ଏପଟେ ତାଙ୍କ ବୋଉ ମଧ୍ୟ ନିଜ ପରିବାର ପାଇଁ ବହୁ କଷ୍ଟ କରି ଗାଁ, ଗାଁ ବୁଲି ଷ୍ଟେସନାରୀ ସାମାନ ବିକି ତାଙ୍କୁ ଆର୍ଥିକ ସାହାଯ୍ୟ ଦେବାସହ ଘର ଚଳାଇ ଛନ୍ତି । ସନ୍ତୋଷୀ ମଧ୍ୟ ଜୀବନରେ ବହୁ ସଂଘର୍ଷ ପରେ ଏକ ବେଙ୍କ ରେ ଦୀର୍ଘ ସାତବର୍ଷ ଚାକିରି କରି ସେ ଆଜି ଓଡିଶା ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ।
ଯାହାକି ଆଜି ସଫଳ ହୋଇଛି । ପରିଶ୍ରମ ର ଫଳ ତାଙ୍କୁ ଆଜି ମିଳିଛି । ସମସ୍ତ ମହିଳା ଙ୍କୁ ତାଙ୍କ ବୋଉଙ୍କ ବାର୍ତ୍ତା ଯେ ଚେଷ୍ଟା କଲେ ସବୁକିଛି ସମ୍ଭବ ହୋଈ ପାରିବ । ଏହି ଘରକୁ ସହଯୋଗ କରିବାରେ ପଛରେ ନାହାନ୍ତି ତାଙ୍କ ବଡ଼ ଭାଇ,ଗାଁ ରେ ଥିଲା ବେଳେ ଅଟୋଚଳାଇ ସେମାଧ ଘର କୁ ସାହାଯ୍ୟ କରୁଥିଲା ବେଳେ ଏବେ ସେ ଜଣେ ସ୍ୱୟଂ ଶାଡିତ ସରକାରୀବିଜ୍ଞାନ କଲେଜହିଞ୍ଜିଳି କାଟୁ ରେ ଅଧ୍ୟାପକ । ସମସ୍ତଙ୍କ ତ୍ୟାଗ ର ଫଳ ଯୋଗୁଁ ସନ୍ତୋଷିନୀ ଆଜି ଏହି ସଫଳତା ପାଇଛନ୍ତି । ସନ୍ତୋଷୀଙ୍କ ଇଚ୍ଛା ନିଶ୍ଚିତ ଭାବେ ଯେହେତୁ ସେ ଗ୍ରାମାଞ୍ଚଳ ରୁ ବଡ଼ ହୋଇଛନ୍ତି ସେ ଯେଉଁଠାରେ ଭାକିରୀ କରିବେ ସେହି ଗାଁ’ର ପ୍ରାଥମିକ ମୌଳିକ ସୁବିଧା ଯାହା ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ରାସ୍ତା ସ୍ୱାସ୍ଥ୍ୟ, ମହିଳା, ଶିଶୁ, ତଥା ପଞ୍ଚାୟତ ର ବିଭିନ୍ନ ସୁବିଧା ହୋଇପାରିବ ତାଉପରେ ଦୃଷ୍ଟି ଦେବେ । ଏବଂ ସବୁସମୟ ରେ ଅସାଧୁ କାର୍ଯ୍ୟ ର ଘୋର ବିରୋଧ କରିବେ ।

