ସୁବର୍ଣ୍ଣପୁର , (୧୮ /୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଫିସରୁ ମଙ୍ଗଳବାର ରାତିରେ ସାଢ଼େ ଚାରି ଲକ୍ଷ ଟଙ୍କା ଚୋରୀ ହୋଇଯାଇଛି ।
ମିଳିଥିବା ସୂଚନା ମୁତାବକ ୧୬ ନଭେମ୍ବର ସୋମବାର ଦିନ ଚଳିତ ମାସର ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଆଦି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପାଇଁ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ପୋଗ୍ରାମ ଆଶିଷ୍ଟାଣ୍ଡା ଅଫିସର ସରୋଜ ମେହେର ୧୬ ଲକ୍ଷ ୨୧ ହଜାର ୨ ଶହ ଟଙ୍କା ବ୍ୟାଙ୍କରୁ ଉଠା ଯାଇଥିଲା । ହେଲେ ଦୁଇଦିନ ଧରି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା ଏବଂ ଆଉ କିଛି ହିତାଧିକାରୀ ଭତ୍ତା ନେବା ବାକି ଥିବାବେଳେ ଅଫିସର ଆଲମାରୀରେ ଥିବା ସାଢ଼େ ଚାରି ଲକ୍ଷ ଟଙ୍କା ଗତକାଲି (ମଙ୍ଗଳବାର ) ବିଳମ୍ବିତ ତାତିରେ କେହି ଦୁର୍ବୁର୍ତ୍ତ ଚୋରୀ କରିନେଇଛି ।
ଶ୍ରୀ ମେହେରଙ୍କ କହିବା ଅନୁସାରେ ସେ ଗତକାଲି ସନ୍ଧ୍ୟା ସମୟରେ ଆଲମାରୀରେ ଟଙ୍କା ତକ ରଖି ଆଲମାରୀର ଭିତର ଓ ବାହାର ଲକ ଭଲଭାବେ ଦେଇଥିଲେ । କିନ୍ତୁ ଆଜି ସକାଳ ସାଢ଼େ ନଅ ଟା ସମୟରେ ଆସି ଦେଖିଲା ବେଳକୁ ଆଲମାରୀର ଲକ ଖୁଲା ଥିଲା ଏବଂ ଆଲମାରୀ ଭିତରେ ଟଙ୍କା ନଥିଲ । ବିଡମ୍ବନାର ବିଷୟ ଏନଏସି ଅଫିସର ସିସି ଟିଭି କେମେରା ଚାଲୁନଥିଲା ।
ସିସି ଟିଭି କେମେରା କାହିଁକି ଚାଲୁନି ବୋଲି ଏନଏସି ଅଧକ୍ଷଙ୍କୁ ପଚାରିବାରୁ ଉତ୍ତର ମିଳିଲା ୱେରିଙ୍ଗ କାମ ଚାଲୁଥିବାରୁ କେମେରା ବନ୍ଦ ଅଛି l ଚୋରୀ ହୋଇଥିବା ଘଟଣା କୁ ନେଇ ଏନଏସି ଅଫିସ ତରଫରୁ ବିନିକା ଥାନାରେ ଲିଖିତ ଏତଲା ଦିଆଯାଇଛି l ପୁଲିସ ଏନଏସି ଅଫିସର ସେହି କୋଠରୀକୁ ସିଲ କରିବା ସହିତ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଆସି ଅନୁଧ୍ୟାନ କରୁଛନ୍ତି l ହେଲେ କିଏ ଆସିଲା କେମିତି ଆସିଲା ଏତେ ଟଙ୍କା ଚୋରୀ କରି ନେଇଗଲା ତାହା ଏବେ ପ୍ରଶ୍ନ ବାଚୀ ? ଆଜି ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ଅଫିସ ଅନୁପସ୍ଥିତ ଥିଲେ ତେଣୁ ଫୋନ ଯୋଗେ ତାଙ୍କୁ ଯୋଗାଯୋଗ କରିବାରୁ ମୁଁ ସେନ୍ସସ ମିଟିଙ୍ଗରେ ଥିବାରୁ ଆଜି ଅଫିସ ଯାଇନାହିଁ । ଏଇ କିଛି ଦିନ ମଧ୍ୟରେ ସହର ରେ ଦିନକୁ ଦିନ ଦ୍ରୁତ ଗତିରେ ଚୋରି ଡକାୟତି ବଢ଼ିବାରେ ଲାଗିଛି ।
ନିକଟରେ ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ଗୋଟିଏ ଛାତ୍ର ମଟର ସାଇକେଲ ଡ଼ିକି ରୁ ମୋବାଇଲ ଚୋରି କରୁଥିବା ସି ସି କ୍ୟାମେରା ରେ ରେକର୍ଡ ହୋଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ସେହି ଛାତ୍ର କୁ ଧରାଗଲା ନାହିଁ । ଦୁର୍ଗା ମନ୍ଦିର ରେ ଲାଗିଥିବା ପାଣି ପମ୍ପରୁ ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ତମ୍ବାତାର ଚୋରୀକରି ଫେରାର ମାରିଛନ୍ତି । କେବଳ ତମ୍ବା ତାର ଚୋରୀ ହୋଇଛି ତାହାନୁହେଁ ଗତ ୩୦ ଅକ୍ଟୋବର ରେ ଗୁଲାପଡା ଗାଁ ନିକଟ ମହାନଦୀରେ ବସିଥିବା ଉଠା ଜଳସେଚନ ପ୍ରକଳ୍ପର ପାଣି ପମ୍ପରୁ ତମ୍ବା ତାରକୁ ନାବାଳକ ମାନେ ଚୋରୀ କରିଥିବା ବେଳେ ଗତ ୨ ତାରିଖ ରେ ବିନିକା ଆହାର କେନ୍ଦ୍ରର ରୋଷେଇ ଘର ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବି ଦୁର୍ବୁର୍ତ୍ତ ମାନେ ଚୋରୀକରି ଫେରାର ମାରିଥିଲେ । ବିନିକା ଅଞ୍ଚଳରେ ଚୋରୀ ଡକାୟତି ବାଡ଼ିଚାଲିଛି ବୋଲି ସାଧାରଣ ଜନତା ଚର୍ଚ୍ଚା କରୁଛନ୍ତି । ସହରରେ ଦିନକୁଦିନ ଚୋରୀ ବଢ଼ୁଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିବା ବେଳେ ରାତିରେ ପୁଲିସ କଡାକଡି ପେଟ୍ରୋଲିଂ କରିବାକୁ ଦାବୀ ହୋଇଛି ।

