କଟକ, (୧୧/୧୦) : ଆପ୍ର : ଐତିହାସିକ କଟକ ବାଲିଯାତ୍ରା-୨୦୨୬ ପାଇଁ ପ୍ଲଟ ଆବେଦନ ପ୍ରକ୍ରିୟା ଆରମ୍ଭ । ଆଜି ଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କଲା କଟକ ଜିଲ୍ଲା ପ୍ରଶାସନ ।
ଆବେଦନ ସମ୍ପର୍କିତ ସବିଶେଷ ବିବରଣୀ ଜିଲ୍ଲା ୱେବ୍ ସାଇଟ୍ https://katak.odisha.gov.in ରେ ଉପଲବ୍ଧ କରାଯାଇଛି । ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ତା୧୦. ୧୦. ୨୦୨୬ରିଖ ଠାରୁ ତା. ୧୭. ୧୦. ୨୦୨୬ରିଖ ପର୍ଯ୍ୟନ୍ତ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ତା୨୬. ୧୦. ୨୦୨୬ରିଖ ଠାରୁ ତା୩୦. ୧୦. ୨୦୨୬ରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସଠାରେ ଅନୁଷ୍ଠିତ ହେବ । ସେହିପରି ନୀଲାମ ପ୍ରକ୍ରିୟାକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯାହାକି ସାଧାରଣ ନୀଲାମ, ସ୍ୱତନ୍ତ୍ର ନୀଲାମ ଏବଂ ସ୍ପଟ ନୀଲାମ ।
ସାଧାରଣ ନୀଲାମ ତା ୦୨. ୧୧. ୨୦୨୬ରିଖ ଠାରୁ ତା ୦୭. ୧୧. ୨୦୨୬ରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଉଭୟ ନୂତନ ଏବଂ ପୁରାତନ ସମ୍ମିଳନୀ କକ୍ଷ, ଉପଜିଲ୍ଲାପାଳ, କଟକ ସଦରଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷ ଏବଂ ଜିଲ୍ଲା ପରିଷଦ, କଟକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ସେହିପରି ସ୍ୱତନ୍ତ୍ର ନୀଲାମ ପ୍ରକ୍ରିୟା ତା.୦୯. ୧୧. ୨୦୨୬ରିଖ ଠାରୁ ତା.୧୦. ୧୧. ୨୦୨୬ରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିବା ବେଳେ ସ୍ପଟ ନୀଲାମି ତା ୧୧. ୧୧. ୨୦୨୬ରିଖ ମଧ୍ୟ ବାରବାଟୀ ପ୍ୟାଲେସ ଠାରେ ଅନୁଷ୍ଠିତ ହେବ ।
ପ୍ରକାଶ ଥାଉକି ଚଳିତ ବର୍ଷ ତଳ ବାଲିଯାତ୍ରା ପଡିଆରେ ୧୦*୧୦ ବର୍ଗ ଫୁଟ ରୁ ୨୫*୪୦ବର୍ଗ ଫୁଟ ମଧ୍ୟରେ ବିଭିନ୍ନ ଆକାରର ସମୁଦାୟ ୧୪୫୨ଟି ପ୍ଲଟ ଆବଣ୍ଟନ ହେବାକୁ ଥିବା ବେଳେ ଉପର ବାଲିଯାତ୍ରା ପଡିଆରେ ୧୦*୧୫ ବର୍ଗ ଫୁଟରୁ ୪୦*୫୦ ବର୍ଗ ଫୁଟ ମଧ୍ୟରେ ସମୁଦାୟ ୫୯୨ଟି ପ୍ଲଟ ଆବଣ୍ଟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଐତହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ ।

