Homebreaking newsମାସେ ପରେ ଗାତ ଭିତରୁ ବାହାରିଲା କଙ୍କାଳ, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଚାଲିଛି ତଦନ୍ତ

ମାସେ ପରେ ଗାତ ଭିତରୁ ବାହାରିଲା କଙ୍କାଳ, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଚାଲିଛି ତଦନ୍ତ

ବରଗଡ଼, (୧୧/୧୦) : ଆପ୍ର : ମାସେ ପରେ ଗାତ ଭିତରୁ ବାହାରିଲା କଙ୍କାଳ l ମୃତକ ହେଲେ ପଣ୍ଡକିପାଲି ଗ୍ରାମର ଅମୃତ ବର୍ଗେ l ମାସେ ପୂର୍ବରୁ ମୃତ୍ୟୁ ପରେ ପୋତି ଦେଇଥିଲେ ପରିବାର l

ଏବେ ହତ୍ୟା ସନ୍ଦେହରେ ଅଭିଯୋଗ ପରେ ପୋତା ହୋଇଥିବା ଶବ ଖୋଲାଗଲା l ସୋହେଲା ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଚାଲିଛି ତଦନ୍ତ l ତେବେ ପୁରା ଘଟଣା ହେଲା ଗତ ମାସ ୮ ତାରିଖରେ ପଣ୍ଡକିପାଲି ଗ୍ରାମର ରଜନୀ ସାହୁ ଅମୃତ ବର୍ଗେଙ୍କୁ ବିଲ କାମ କରିବାକୁ ଘରୁ ଡାକି ନେଇଥିଲେ ।

କିଛି ସମୟ ପରେ ଅମୃତ ଚେତଶୁନ୍ୟ ହୋଇ ଯାଇଥିବା ନେଇ ପରିବାରକୁ ଖବର ଦେଇଥିଲେ । ଖବର ପାଇବା ପରେ ପରିବାର ଲୋକେ ତାଙ୍କୁ ଏକ ଅଟୋ ସାହାଯ୍ୟରେ ମେଡିକାଲ ନେଇଥିଲେ । ଏହାପରେ ପରିବାର ଲୋକେ ଶବ ଆଣି ନିଜ ଜମିରେ ପୋତି ଦେଇଥିଲେ l ଶବ ପୋତିବାର ମାସେ ପରେ ମୃତ ଅମୃତଙ୍କ ସ୍ତ୍ରୀ ତାଙ୍କ ଝିଅକୁ ପୁରା ଘଟଣା କହିଛନ୍ତି । ରଜନୀ ସାହୁ ଏହି ଘଟଣା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି l

ଫଳରେ ସେ ଏହି ଘଟଣା କାହାକୁ ଭୟରେ କହୁନଥିବା କଥା ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି । ସୋହେଲା ଥାନାରେ ଅଭିଯୋଗ ପରେ ଗାତ ଭିତରୁ କଙ୍କାଳ ବାହାର କରି ଆରମ୍ଭ ହୋଇଛି । ଗଳିତ ଶବକୁ ପୋଷ୍ଟମର୍ଟମ ପାଇଁ ନିଆ ଯାଇଥିବା ବେଳେ ଆଗକୁ କଣ ସତ ଆସିବ ତାହା ଉପରେ ସମସ୍ତଙ୍କ ନଜର । ଅନ୍ୟପଟେ ମୃତ ଅମୃତ ବର୍ଗେଙ୍କ କଙ୍କାଳକୁ ଉଦ୍ଧାର କରାଯାଇ ବୁର୍ଲା ବଡ ମେଡିକାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ବରଗଡ଼ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ରନାଥ ଶତପଥୀ କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments