ଉଦଳା, (୧୬/୦୮) : ଆପ୍ର : ନଦୀରେ ଗାଧୋଉଥିବା ବେଳେ ସୁଅରେ ଭାସିଗଲେ ଯୁବକ । କପ୍ତିପଦା ଥାନା ଗୋଡ଼ଗାଁ ଗାଁରେ ଘଟିଛି ଏଭଳି ଘଟଣା ।
ଗାଁ’ର ସିପୁନ ମଢେଇ ନିଜେ ଅନ୍ୟ ଜଣେ ସାଙ୍ଗଙ୍କ ସହିତ ଗାଁ ନିକଟରେ ପ୍ରବାହିତ କାଳ ନଦୀରେ ଗାଧୋଉଥିଲେ । ହେଲେ ଅଚାନକ ନଦୀ ପ୍ରଖର ସୁଅରେ ନଦୀରେ ବୁଡି ଯିବା ସହିତ ଭାସି ନିଖୋଜ ହୋଇ ଯାଇଛନ୍ତି ଯୁବକ । ସେଠାରୁ ସାଙ୍ଗେ ସାଙ୍ଗେ ଘଟଣା ବାବଦରେ କପ୍ତିପଦା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ପରେ କର୍ମଚାରୀ ପହଞ୍ଚି ଯୁବକଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି । ଲଗାଣ ବର୍ଷା କାରଣରୁ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇଥିବାରୁ ଡ୍ୟାମ୍ରୁ ଜଳ ନିଷ୍କାସିତ ହେଉଛି । ଯାହା ଫଳରେ କାଳ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ନଦୀର ଜଳ ସ୍ତର ବୃଦ୍ଧି ପାଇବା ଫଳରେ ନଦୀରେ ଭରା ପାଣି ରହିଛି । ଦେଢ଼ ଘଣ୍ଟାରୁ ଅଧିକ ସମୟ ହେବ ଯୁବକଙ୍କର ପତ୍ତା ମିଳି ନଥିବା ବେଳେ ଏବେବି ଅଗ୍ନିଶମ ବିଭାଗ ଖୋଜିବା କାର୍ଯ୍ୟ ଜାରି ରଖିଛି ।

