Homelocal୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, କାଲି ରାତିରୁ ଉପାସରେ ଥିଲେ...

୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, କାଲି ରାତିରୁ ଉପାସରେ ଥିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର, (୧୯/୦୯) : ଆପ୍ର : ୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମନ୍ଦିର ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି ।

ନୀତିକାନ୍ତି ସ୍ବାଭାବିକ ନେଇ ବ୍ରାହ୍ମଣ ନିଯୋଗ ସଭାପତି ଦେଇଛନ୍ତି ସୂଚନା । କାଲି ପଞ୍ଚବକ୍ରଙ୍କ ନୀତିକାନ୍ତିକୁ ନେଇ ବିବାଦ ଦେଖା ଦେଇଥିଲା । ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗ ବିବାଦରୁ ବନ୍ଦ ଥିଲା ନୀତିକାନ୍ତି । କାଲି ରାତିରୁ ଉପାସରେ ଥିଲେ ପ୍ରଭୁ ଲିଙ୍ଗରାଜ । ବିବାଦକୁ ନେଇ ଆଜି ବୈଠକ ବସିଥିଲା । ଖୋର୍ଦ୍ଧା ଜିଲ୍ଲା ADM ତଥା ଲିଙ୍ଗରାଜ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିଚାଳନା ବୋର୍ଡ, ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ମଧ୍ୟରେ ବୈଠକ ହୋଇଥିଲା । ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆପୋଷ ବୁଝାମଣା ମାଧ୍ୟମରେ ନୀତି ସମ୍ପାଦନ କରିବାକୁ ମନ୍ଦିର ପରିଚାଳନା କମିଟି ନିବେଦନ କରିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments