ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଗିରଫ

Date:

Share post:

ଭୁବନେଶ୍ବର, (୦୫/୦୬) : ଆପ୍ର : ଲାଞ୍ଚ ନେଇ ବନ୍ଧା ହେଲେ ଜୁନିୟର ଆସିଷ୍ଟାଣ୍ଟ । ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ ।

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ । ବାସୁଦେବପୁର ଅଂଚଳର ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ NOC ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଭଦ୍ରକକୁ ଆସି ଜଗି ରହିଥିଲା। ଆଜି ଶ୍ରୀକାନ୍ତ ଦାସ ତାଙ୍କ କାର୍ଯ୍ୟାଳୟରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ଶ୍ରୀକାନ୍ତ ଦାସଙ୍କ ଅଫିସ ଓ ଜଗନ୍ନାଥ ପୁର ଜାନୁଗଞ୍ଜ ସ୍ଥିତ ଘରେ ମଧ୍ୟ ଚଢାଉ କରାଯାଉଛି ।

ସୂଚନାଯୋଗ୍ୟ, ଗତମାସ ମଧ୍ୟ ଏହିପରି ଏକ ଘଟଣା ଘଟିଥିଲା କେନ୍ଦୁଝରରେ । ୧୫ ହଜାର ଟଙ୍କା ଲାଞ୍ଚ ନେଇ ACSO ଧରାପଡ଼ିଥିଲେ । ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର । କେନ୍ଦୁଝର ଚମ୍ପୁଆ ACSO ଧୁମାରାମ ମୁର୍ମୁଙ୍କୁ ଧରିଲା ଭିଜିଲାନ୍ସ । ଧାନ କିଣା ପାଇଁ ମାଗୁଥିଲେ ଲାଞ୍ଚ । ଜଣେ ସ୍ଥାନୀୟ ଲ୍ୟାମ୍ପ ଇନଚାର୍ଜଙ୍କ ଠାରୁ ଧାନ କିଣା ନେଇ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଅନ୍ୟ ଧାନ ସଂଗ୍ରହ କେନ୍ଦ୍ରରୁ ମଧ୍ୟ ଲାଞ୍ଚ ଦାବି କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଥିଲା । ତାଙ୍କ ଠାରୁ ଲାଞ୍ଚ ୧୫ ହଜାର ଟଙ୍କା ଜବତ ହୋଇଥିଲା । ଲାଞ୍ଚ ଧରା ପଡ଼ିବା ପରେ ଧୁମାରାମଙ୍କ ବିଭିନ୍ନ ଠିକଣାରେ ରେଡ୍ କରୁଥିଲା ଭିଜିଲାନ୍ସ ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...