ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ହେଲପର ମୃତ ଓ ୧୪ ଯାତ୍ରୀ ଗୁରୁତର

Date:

Share post:

ଅନୁଗୁଳ, (୦୫/୦୬) : ଆପ୍ର : ଅନୁଗୁଳରୁ ଆସିଛି ବଡ଼ ଖବର । ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ହେଲପର ମୃତ । ୧୪ ଜଣ ଯାତ୍ରୀ ଗୁରୁତର ।

ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଲୁହାମୁଣ୍ଡା ଫ୍ଲାଏ ଓଭର ଉପରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ‘ଦିଲଖୁସ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଏକ ଟ୍ରକକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ବେଳେ ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସସମ୍ତଙ୍କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହଣ୍ଡପା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗୁରୁବାର କୋରାପୁଟରେ ଅଳ୍ପକେ ବଡ଼ ଧରଣର ଅଘଟଣ ଟଳିଯାଇଥିଲା । ବ୍ରେକ୍ ଫେଲ୍ ହୋଇ ଏକ ଜରି ବୋଝେଇ ଆଇଚର୍ ଟ୍ରକ୍ ନିୟନ୍ତ୍ରଣ ହରାଇ ଏଚପି ଗ୍ୟାସ ଏଜେନ୍ସି ପରିସରକୁ ପସିଯାଇଥିଲା । ଦୁର୍ଘଟଣାରେ ରାସ୍ତା କଡ଼ରେ ଥିବା ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲା ଅନେକ ଜୀବନ । କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ସହର ପ୍ରବେଶ ପଥରେ ଆଜି ଘଟିଥିଲା ଏକ ଭୟାବହ ଦୁର୍ଘଟଣା ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...