Homelocalବ୍ରାହ୍ମଣୀରେ ବୁଡ଼ି ନାବାଳକ ନିଖୋଜ, ଗାଧୋଇବା ବେଳେ ଅଘଟଣ

ବ୍ରାହ୍ମଣୀରେ ବୁଡ଼ି ନାବାଳକ ନିଖୋଜ, ଗାଧୋଇବା ବେଳେ ଅଘଟଣ

ଯାଜପୁର, (୧୧/୧୦) : ଆପ୍ର : ବ୍ରାହ୍ମଣୀରେ ବୁଡ଼ି ନାବାଳକ ନିଖୋଜ । ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାରକଣା ଗାଁ ନିକଟ ନଦୀ ଛନ୍ଦାରେ ଅଘଟଣ । ନିଖୋଜ ନାବାଳକ ସ୍ଥାନୀୟ ବାରକଣା ଗାଁ’ର ଅରୁଣ ସାହୁଙ୍କ ୧୨ବର୍ଷର ପୁଅ ଅନିଲ ସାହୁ । ଅନିଲ ଆଜି ନିକଟସ୍ଥ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ପରେ ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments