Homebreaking newsଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଆରଆଇ, ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଆରଆଇ, ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ

କଟକ, (୨୫/୦୭) : ଆପ୍ର : ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଆରଆଇ

କେନ୍ଦ୍ରାପଡ଼ାର କୌପଦା ସର୍କଲର ଆରଆଇ ସାଇଦର୍ଶିନୀ ଲେଙ୍କା ଭିଜିଲାନ୍ସ ଜାଲରେ। ଅଭିଯୋଗ ଅନୁଯାୟୀ, ଜମି ପଟ୍ଟା ପ୍ରଦାନ ପାଇଁ ସେ ଜଣେ ଆବେଦନକାରୀଙ୍କଠାରୁ ୫ ହଜାର ୫୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ କିଛି ବର୍ଷ ପୂର୍ବରୁ ଦୁଇ ଜଣ ଯୁଗ୍ମ ମାଲିକଙ୍କଠାରୁ ଏକ ଜମି କ୍ରୟ କରିଥିଲେ । ଜମିର ମ୍ୟୁଟେସନ କରାଇ ନିଜ ନାଁରେ ଆରଓଆର ପାଇବା ପାଇଁ ସେ ଗତ ଜୁନ ୨୪ ରେ ଆବେଦନ କରିଥିଲେ । ତେବେ ମାମଲାରେ ସପକ୍ଷ ରିପୋର୍ଟ ଦେବା ଏବଂ ଆରଓଆର ପ୍ରଦାନରେ ସହଯୋଗ ପାଇଁ ଆରଆଇ ପ୍ରଥମେ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଆବେଦନକାରୀ ଦେବାକୁ ଅସମର୍ଥ ହେବାରୁ ୫ ହଜାର ୫୦୦ ଟଙ୍କାକୁ କମାଇଥିଲେ ଆରଆଇ । ଭିଜିଲାନ୍ସରେ ଅଭିଯୋଗ ପରେ ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍ ଆରଆଇଙ୍କୁ ଧରିଥିଲା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ସମ୍ପର୍କିରେ ତଦନ୍ତ ପାଇଁ ସାଇଦର୍ଶିନୀଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments