ପୁରୁଷୋତ୍ତମପୁର, (୧୧/୦୯) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସିଏଚ ନୂଆଙ୍ଗା ଓ ଶିକୁଳା ପଞ୍ଚାୟତ ରେ ବିଜେପି ର ପାଣ୍ଡିଆ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ ଓ ମଣ୍ଡଳ ସାଧାରଣ ସମ୍ପାଦକ ରାଜୀବ କୁମାର ବେହେରା, ଏବଂ ସିଏଚ ନୂଆଙ୍ଗା ସମିତି ସଭ୍ୟା ଓ ଜିଲ୍ଲା ବିଜେପି ର ମହିଳା ସମ୍ପାଦକ ଆଭା ପରିଡା ଙ୍କ ମିଳିତ ସଂଯୋଜନା ରେ ଏହି ବୈଠକ ସେଠାରେ ଥିବା ଶିବମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ସମ୍ପାଦକ ପୃଥ୍ଵୀରାଜ ମହାପାତ୍ର, ଗଞ୍ଜାମ ଜିଲ୍ଲା ପ୍ରଭାରୀ ପ୍ରକାଶ ମଙ୍ଗରାଜ,ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀକାନ୍ତ କୁମାର ପଣ୍ଡା, ପାଣ୍ଡିଆ ସରପଞ୍ଚ ସନ୍ତୋଷ ସେଠୀ,, ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ମହାପାତ୍ର, ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ବିଧାୟକ ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୨୫ ବର୍ଷ ର ସୁଶାସନ ଯାହା ଗୁଜରାଟ ରେ ମୁଖ୍ୟମନ୍ତ୍ରୀ ଭାବେ ୧୩ ବର୍ଷ ଏବଂ ପ୍ରଧାନମନ୍ତ୍ରୀ ଭାବେ ୧୨ ବର୍ଷର ସୁଶାସନ ଉପରେ ଆଲୋକ ପାତ କରିଥିଲେ । ତାଙ୍କରି ନିତୀ ନିୟମ କୁ ପାଳନ କରି ଆଗେଇ ଯିବାକୁ ମତ ଦେଇଥିଲେ ।
ରାଜ୍ୟ ସମ୍ପାଦକ ମଧ୍ୟ କର୍ମୀ ମାନେ ସଚେତନ ହୋଇବୁଥ ସ୍ତର ରୁ କାର୍ଯ୍ୟଆରମ୍ଭ କଲେ ମୋଦିଜୀ ଙ୍କ ସବୁ ଜନହିତକର କାର୍ଯ୍ୟକ୍ରମ ରେସାମିଲ ହୋଇ ତାର ଫାଇଦା ପାଇ ପାରିବେ ବୋଲି ମତ ଦେଇଥିଲେ । ଏହା ସହ ପ୍ରଭାରୀ ମଧ୍ୟ ଅନୁରୂପ ମତ ଦେଇଥିଲେ । ଶେଷରେ ବୁଥ ସ୍ତର କୁ ମଜବୁତ କରି ଆଗକୁ ବଢିବାକୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବୁଥ ଓ ମଣ୍ଡଳ ସ୍ତରୀୟ ବହୁ କର୍ମକର୍ତ୍ତା , ମହିଳା ସଦସ୍ୟା ମାନେ ଉପସ୍ଥିତ ହୋଇଥିଲେ । କିନ୍ତୁ ବିଧାୟକ ଯେତେ ମନା କଲେ ମଧ୍ୟ ଜନ ସାଧାରଣଙ୍କ ମତ ଯେ ରାଜ୍ୟ ସରକାର ଙ୍କ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ଏହା ଆଗାମୀ ପଞ୍ଚାୟତ ନିର୍ବାଚନ ନିମନ୍ତେ ବୁଥ ସ୍ତରରୁ ଏହା ଆରମ୍ଭ କରିବାକୁ ବିଗୁଲ ବାଜିଲା ବୋଲି ସବୁଠି ଚର୍ଚ୍ଚା ହେଉଛି ।

