Homelocalବିଲରେ କାମ କରୁଥିଲା ବେଳେ ଅଘଟଣ, ବଜ୍ରଘାତରେ ଜଣେ ମୃତ ଓ ଜଣେ ଗୁରୁତର

ବିଲରେ କାମ କରୁଥିଲା ବେଳେ ଅଘଟଣ, ବଜ୍ରଘାତରେ ଜଣେ ମୃତ ଓ ଜଣେ ଗୁରୁତର

ବିନିକା, (୧୧/୦୯) : ଆପ୍ର : ବଜ୍ରାଘାତରେ ଜଣେ ମହିଳା ଶ୍ରମିକ ମୃତ, ଜଣେ ଶ୍ରମିକ ଗୁରୁତର । ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଙ୍କିଘିର୍ଡି ପଞ୍ଚାୟତ କୁକୁଡ଼ାଝୁଲି ଗାଁ’ରେ ହଠାତ ବଜ୍ରପାତ ହୋଇଥିଲା ।

ଫଳରେ ଚାରିଜଣ ଶ୍ରମିକ ବିଳରେ କାମସାରି ବିଳ ହିଡରେ ବସି ପଖାଳ ଖାଉଥିଲେ । ହେଲେ ଏଇ ସମୟରେ ହଠାତ ଆକାଶରୁ ବଜ୍ରପାତ ହୋଇଥିବାରୁ କୁକୁଡ଼ାଝୁଲି ଗାଁ’ର ଶ୍ରମିକ ପୂର୍ଣ୍ଣବାସୀ ନଇ (୫୭) ଏବଂ ବାସନ୍ତୀ ହାତୀ (୫୦)ଙ୍କ ଗୁରୁତର ହୋଇଥିଲେ । ଫଳରେ ଏମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପୂର୍ଣ୍ଣବାସୀ ନଇଙ୍କ ମୃତ୍ୟୁ ଘଟିଥିବା ବେଳେ ବାସନ୍ତୀ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments