Homebreaking newsଭିଜିଲାନ୍ସ ଜାଲରେ ଜେଏମଏଫସି କୋର୍ଟର ସିନିୟର କ୍ଲର୍କ, ୫୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ଜେଏମଏଫସି କୋର୍ଟର ସିନିୟର କ୍ଲର୍କ, ୫୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ

କଟକ, (୧୧/୦୯) : ଆପ୍ର : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମାଥିଲି ଜେଏମଏଫସି କୋର୍ଟର ସିନିୟର କ୍ଲର୍କ ଅଚ୍ୟୁତ କୁମାର ପ୍ରଧାନ ।

ଦୁଇଟି ଗିରଫ ବିହୀନ ୱାରେଣ୍ଟ ମାମଲାରେ ସହଯୋଗ ପାଇଁ ୫୦ ହଜାର ଲାଞ୍ଚ ଦାବି କରି ନେଉଥିବା ବେଳେ ଧରାପଡ଼ିଲେ ସିନିୟର କ୍ଲର୍କ । ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଦୁଇଟି ମାମଲାରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଥିଲା । ଏଥିରୁ କ୍ଷାନ୍ତ କରିବା ପାଇଁ କୋର୍ଟ କର୍ମଚାରୀ ଅଚ୍ୟୁତ ୫୦ ହଜାର ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଦେବାକୁ ଅସମର୍ଥ ହୋଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ।ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା । ଅଭିଯୋଗକାରୀଙ୍କଠାରୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଅଚ୍ୟୁତ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୫୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଟ୍ରାପ୍ ପରେ ଅଚ୍ୟୁତଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଏକକାଳୀନ ତଲାସୀ ହୋଇଛି । ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ସଂଶୋଧନ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ କରି ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments