ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ

Date:

Share post:

ରାଉରକେଲା, (୦୬/୦୬) : ଆପ୍ର : ରାଉରକେଲା ସିବିଆଇ ଚଢ଼ାଉ । ଆରପିଏଫ ଇନିସପେକ୍ଟର କମଲେଶ ସମାଦାରଙ୍କ ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ

ରାତି ପ୍ରାୟ ୧୦ ଟାରେ ସିବିଆଇର ସ୍ବତନ୍ତ୍ର ଟିମ ଚଢ଼ାଉ କରିଛି । ଖଡ଼ଗପୁର ଡିଭିଜନରୁ ଆସି ଚକ୍ରଧରପୁର ଡିଭିଜନର ରାଉରକେଲା ରେଲୱେ ଷ୍ଟେସନରେ ଦାୟିତ୍ୱରେ ଥିଲେ ଶ୍ରୀଯୁକ୍ତ କମଲେଶ ସମାଦାର । ଗତମାସ ସୂଚନାନୁଯାୟୀ, ସିବିଆଇ ଜାଲରେ ଫସିଥିଲେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଥିଲା । ୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ମୁକ୍ତ କରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ CGST ସୁପରିଟେଣ୍ଡଣ୍ଟ ଓମ ପ୍ରକାଶ ନାୟକଙ୍କୁ ସିବିଆଇ ରେଡ୍ ହ୍ୟାଣ୍ଡ ଧରିଥିଲା । ଜଣେ ଅଭିଯୋଗକାରୀଙ୍କର ପ୍ରାୟ ୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ବାକି ରହିଥିଲା । ଏହି ଟଙ୍କା ମଞ୍ଜୁର କରିବା ପାଇଁ ସୁପରିଟେଣ୍ଡଣ୍ଟ ପ୍ରକାଶ ନାୟକ ଲାଞ୍ଚ ଦାବି କରିଥିଲେ । ତେବେ ଅଭିଯୋଗକାରୀ ଏ ସମ୍ପର୍କରେ ସିବିଆଇର ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇ ଏକ ସ୍ୱତନ୍ତ୍ର ଜାଲ ବିଛାଯାଇଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...