ରାଇକିଆ, (୧୧/୧୧) : ଆପ୍ର : କନ୍ଧମାଳ ଜିଲ୍ଲା ରେ ଅର୍ଣ୍ଣବ୍ ଝଡ଼ ବାତ୍ୟା କ୍ଷତିଗ୍ରସ୍ତ ପୀଡ଼ିତ ପରିବାରର କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ସେବା ଭାରତୀ ଓଡିଶା ସାଂଗଠନିକ ଅନୁଷ୍ଠାନ ପକ୍ଷରୁ ସ୍କୁଲ ବ୍ୟାଗ୍ ଗୁଡ଼ିକ ବଣ୍ଟନ କରାଯାଇଅଛି ।
ଏହି କାର୍ଯ୍ୟକ୍ରମରେ ସେବା ଭାରତୀ ସାଂଗଠନିକ ଅନୁଷ୍ଠାନ ପକ୍ଷରୁ ଟିକାବାଲି ଖଣ୍ଡରୁ ଉମେଶ ପ୍ରଧାନ, ଦାରିଙ୍ଗବାଡି ଖଣ୍ଡରୁ ସୀମାକାନ୍ତ ପ୍ରଧାନ, ରାଇକିଆ ଖଣ୍ଡରୁ ବିରୁପାକ୍ଷ ପାତ୍ର, ସପନ କୁମାର ନାୟକ, ଧର୍ମ ଜାଗରଣ ସମିତିର ଜିଲ୍ଲା ସଂଯୋଜକ ଗୁରୁରାମ ପାତ୍ର ଓ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ପୁବର୍ତନ ବିଧାୟକ ମନୋଜ କୁମାର ପ୍ରଧାନ ଯୋଗ ଦେଇ ପୀଡ଼ିତ ପରିବାର ଲୋକ ମାନଙ୍କୁ ଏବଂ କୁନି କୁନି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।

