Homebreaking newsଜନ୍ମଦାତ୍ରୀ ସାଜିଲା ପିଶାଚୀ, ଲୋକଲଜ୍ଜାକୁ ଡରି କୂଅରେ ଫିଙ୍ଗି ପୁଅକୁ ମାରିଲା

ଜନ୍ମଦାତ୍ରୀ ସାଜିଲା ପିଶାଚୀ, ଲୋକଲଜ୍ଜାକୁ ଡରି କୂଅରେ ଫିଙ୍ଗି ପୁଅକୁ ମାରିଲା

ସମ୍ବଲପୁର, (୨୨/୧୧) : ଆପ୍ର : ଜନ୍ମଦାତ୍ରୀ ସାଜିଲା ପିଶାଚୀ । କୂଅରେ ଫିଙ୍ଗି ପୁଅକୁ ମାରିଲା ମାଆ । ଲୋକଲଜ୍ଜାକୁ ଦେଖି ଶିଶୁପୁତ୍ରକୁ ହତ୍ୟା କଲା ମାଆ ।

ଯୁଯୁମୁରା ଶିଶୁ ହତ୍ୟାର ଖୋଲିଲା ଗୁମର । ଜନ୍ମଦାତ୍ରୀ ମାଆ ହିଁ ହତ୍ୟାକାରୀ । ପୋକ୍ସୋ ମାମଲାରେ ପ୍ରେମିକ ଗିରଫ । ନିଜ ଜନ୍ମକଲା ୧୦ ମାସର ପୁଅକୁ କୂଅକୁ ଫିଙ୍ଗି ମାରିଥିଲା ମାଆ । ଶିଶୁପୁତ୍ର ହତ୍ୟା ଘଟଣାରେ ନୂଆ ମୋଡ଼ । ଅଭିଯୋଗକାରିଣୀ ମାଆ ସାଜିଲା ମୁଖ୍ୟ ଅଭିଯୁକ୍ତ । ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ୧୦ ମାସର ଶିଶୁପୁତ୍ରକୁ କୂଅରେ ପକାଇ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ମାମଲାରେ ଶିଶୁପୁତ୍ରର ଜନ୍ମଦାତ୍ରୀ ମାଆ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ସଂପୃକ୍ତ ଯୁବକ ଲୋକେଶ୍ୱର ପ୍ରଧାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗତ ୧୯ ତାରିଖ ଦିନ ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ୧୦ ମାସର ଶିଶୁପୁତ୍ରକୁ କେହି କୂଅରେ ପକାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏ ସଂକ୍ରାନ୍ତରେ ଶିଶୁପୁତ୍ରର ମାଆ ଯୁଯୁମୁରା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଥିଲା। ଏସ୍ ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍ ଡିପିଓ ରେଢ଼ାଖୋଲଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ୨୦୨୪-୨୫ ମସିହାରେ ଅଭିଯୁକ୍ତ ଜଣକ ନାବାଳିକା ଥିବା ବେଳେ ଲୋକେଶ୍ୱର ପ୍ରଧାନ ନାମକ ଯୁବକଙ୍କ ସହିତ ତାଙ୍କର ପରିଚୟ ଓ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ବିବାହର ପ୍ରତିଶ୍ରୁତି ଦେଇ ଯୁବକଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ, ଫଳରେ ସେ ଗର୍ଭବତୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଯୁବକଜଣକ ବିବାହ କରିବାକୁ ମନା କରିଦେଇଥିଲେ । ଜାନୁଆରୀ ୨୦୨୬ରେ ଯୁବତୀ ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପିଲାଟିକୁ ଗ୍ରହଣ କରିବା ପାଇଁ ଯୁବକ ମନା କରିଦେଇଥିଲା ।

ସାମାଜିକ କଳଙ୍କ ଏବଂ ମାନସିକ ଆଘାତ ଯୋଗୁଁ ଯୁବତୀ ଜଣକ ଚରମ ନିଷ୍ପତ୍ତି ନେଇଥିଲେ। ଗତ ୧୮ ତାରିଖ ବିଳମ୍ବିତ ରାତିରେ ସେ ନିଜ ୧୦ ମାସର ଶିଶୁପୁତ୍ରକୁ ଘର ପାଖରେ ଥିବା ଏକ କୂଅରେ ପକାଇ ଦେଇଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments