Homebreaking newsକଣ୍ଟେନରରୁ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

କଣ୍ଟେନରରୁ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

ସୁବର୍ଣ୍ଣପୁର,(୦୯/୦୮):ଆପ୍ର: ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଗୋବିନ୍ଦପୁର ଛକ ନିକଟରୁ ଏକ କଣ୍ଟେନର ଗାଡ଼ିରୁ ବ୍ୟାପକ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଜଣାପଡିଛି । ପୁଲିସ ଉକ୍ତ କଣ୍ଟେନରରୁ ୧୨ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ପରିମାଣର ଗଞ୍ଜେଇ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ, ଉକ୍ତ ଗାଡ଼ିଟି କଦଳୀଗଡ଼ ପଟରୁ ବୀରମହାରାଜପୁର ଆଡ଼କୁ ଆସୁଥିଲା ।

କୌଣସି ସୂତ୍ରରୁ ଏ ସମ୍ପର୍କରେ ସୂଚନା ପାଇବା ପରେ ସୁବଳୟା ପୁଲିସ କଣ୍ଟେନରଟିକୁ ପିଛା କରିଥିଲା । ପୁଲିସ ପିଛା କରୁଥିବା ଜାଣି ଡ୍ରାଇଭର ସୁବଳୟା-ବୀରମହାରାଜପୁର ରାସ୍ତାର ଗୋବିନ୍ଦପୁର ଛକ ନିକଟ ଶରଖଣ୍ଡି ନିକଟରେ କଣ୍ଟେନରଟିକୁ ଛାଡ଼ି ଫେରାର ହୋଇଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରଟିକୁ ଜବତ କରିବା ସହ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତହିଁରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଖବର ଲେଖା ହେବା ସୁଦ୍ଧା ଜବତ ଗଞ୍ଜେଇର ଓଜନ କରାଯାଉଥିବା ବେଳେ ଏହାର ପରିମାଣ ୧୨ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି । ଏ ନେଇ ସୁବଳୟା ଥାନାରେ ଏକ ମାମଲା (୧୪୨/୨୬) ରୁଜୁ ହୋଇଥିବା ଜଣାଯାଇଛି । ଫେରାର ଡ୍ରାଇଭର ଓ ଏହି ଗଞ୍ଜେଇ ଚାଲାଣ ପଛରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments