ମାଲକାନଗିରି, (୨୪/୧୦) : ଆପ୍ର : ଜଙ୍ଗଲ ଛାଡ଼ି ଗାଁ ଭିତରେ ବୁଲୁଛି ବଜ୍ରକାପ୍ତା । ଜଙ୍ଗଲରେ ବନ୍ୟଜନ୍ତୁ ଙ୍କ ଖାଦ୍ୟ ସରି ଆସୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରେ ପସୁଛନ୍ତି ଜଙ୍ଗଲୀ ଜନ୍ତୁ ।
ମାଲକାନଗିରି ଜିଲ୍ଲା ବାଲିମେଳା ରେଞ୍ଜ ଅଞ୍ଚଳ ଚିତାପାରି ନିକଟରେ ଥିବା ଖୋଲା ଜଙ୍ଗଲରେ ବଜ୍ରକାପ୍ତା ବୁଲୁଥିବାର ବନ କର୍ମଚାରୀ ଦେଖିବାକୁ ପାଇଥିଲେ । ପାଙ୍ଗୋଲିନ ଟିକୁ ତୁରନ୍ତ ଉଦ୍ଧାର କରିଥିଲେ ବନବିଭାଗ । ପାଙ୍ଗୋଲିନର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ସୁରକ୍ଷିତ ଭାବରେ ଜଙ୍ଗଲ ମଧ୍ୟରେ ଛାଡ଼ି ଦେଇଥିଲା ବନ ବିଭାଗ ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ବାଲିମେଳା ରେଞ୍ଜ ଅନ୍ତର୍ଗତ ଚିତାପାରି ନିକଟରେ ଥିବା ଖୋଲା ଜଙ୍ଗଲ ଅଞ୍ଚଳରେ ଏକ ବଜ୍ରକାପ୍ତା ବୁଲୁଥିବା ବନ କର୍ମଚାରୀଙ୍କ ନଜରକୁ ଆସିଥିଲା । ବଜ୍ରକାପ୍ତାଟି ଜଙ୍ଗଲ ଅଞ୍ଚଳରେ ବୁଲୁଥିବା ଦେଖି ବନ ବିଭାଗର କର୍ମଚାରୀମାନେ ତୁରନ୍ତ ତାହାକୁ ଉଦ୍ଧାର କରିଥିଲେ । ଏହାପରେ ବଜ୍ରକାପ୍ତାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବଜ୍ରକାପ୍ତାଟି ସୁରକ୍ଷିତ ଥିବା ନିଶ୍ଚିତ କରି ବନ ବିଭାଗ ତାକୁ ପୁଣି ଜଙ୍ଗଲ ମଧ୍ୟରେ ଛାଡ଼ି ଦେଇଥିଲା । ବନ ବିଭାଗର ଏହି ତତ୍ପରତା ଯୋଗୁଁ ବଜ୍ରକାପ୍ତାଟି ନିଜର ପ୍ରାକୃତିକ ବାସସ୍ଥାନକୁ ଫେରିପାରିଛି ।

