Homeaccidentସ୍କୁଟି କୁ ଧକ୍କାଦେଲା ମୋରମ ବୋଝେଇ ହାଇୱା

ସ୍କୁଟି କୁ ଧକ୍କାଦେଲା ମୋରମ ବୋଝେଇ ହାଇୱା

ପୁରୁଷୋତ୍ତମପୁର, (୨/୭) : ଆପ୍ର : ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମୁରଡ଼ା ତଥା ୩୨ ନଂ ଜାତୀୟ ରାଜପଥ ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଗୁରୁବାର ଅପରାହ୍ନ ୧୨ ଘଣ୍ଟା ସମୟରେ ମୋରମ ବୋଝେଇ ହାଇୱା ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ସହଯୋଗୀ ଜଣଙ୍କ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି ।

ତେବେ ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନାଇଡ଼ୁପୋଲୀ ଗ୍ରାମର ବାବୁ ସାସମଲ (୪୮) ପିତା ଗୋବିନ୍ଦ ସାସମଲ ଏବଂ ଅନ୍ୟ ଗୁରୁତର ଆହତ ଜଣକ ହେଲେ ପଙ୍କଜ ସ୍ବାଇଁ (୪୫) । ସୂଚନା ଅନୁସାରେ ସ୍କୁଟି ନଂ ( ଓଡ଼ି ୦୭ ଏ ଭି ୯୭୧୦) ତାରା ତାରିଣୀ ଛକ ଅଭିମୁଖେ ଯାଉଥିବାବେଳେ ସମାନ ଦିଗରେ ଭାବନ୍ଧ ରୁ ମୋରମ ବୋଝେଇ ହାଇୱା ନଂ (ଓଡ଼ି ୦୪ ଏଲ୍ ୦୪୪୮) ଗାଡ଼ି ପଛରୁ ସ୍କୁଟି କୁ ଧକ୍କା ଦେଇଥିଲା । ଫଳରେ ହାଇୱା ଚକା ତଳେ ଚାପି ହୋଇ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ ପଛରେ ବସିଥିବା ସହଯୋଗୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଯାଇଥିବାର ସୂଚନା ମିଳିଛି ।

ତେବେ ଦୁର୍ଘଟଣା ପରେ ହାଇୱା ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ନେଇ ସୂଚନା ମିଳିଛି। ଘଟଣାର ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି । ପ୍ରତିଦିନ ସହ ସହ ହାଇୱା, ଟିପର ବାଲି, ମୋରମ ବୋଝେଇ ଗାଡ଼ି ଏହି ରାସ୍ତା dei ଗମନାଗମନ କରୁଥିବା ବେଳେ ବାରମ୍ବାର ଏହି ମାର୍ଗରେ ଅନେକ ସମୟରେ ଏଭଳି ସଡ଼କ ଦୁର୍ଘଟଣା ଘଟିଚାଲିଛି ତଥାପି ପ୍ରଶାସନ ଏହା ପ୍ରତି ନିରବ ସାଜିଛି । ନିକଟରେ ବାସୁଦେବ ସେଠୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ପ୍ରତେକ ଦିନ ଅନେକ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ କୁ ପାଠ ପଢ଼ିବା ପାଇଁ ଆସୁଛନ୍ତି ।

ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ସେହି ଅଞ୍ଚଳରେ ତୀବ୍ର ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଘଟଣାକୁ ବିରୋଧ କରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଅନେକ ସମୟ ଧରି ବ୍ରହ୍ମପୁର ରୁ ପୁରୁଷୋତ୍ତମପୁର ଯିବା ମୁଖ୍ୟ ରାସ୍ତାରେ ଯାତାୟତ ସେବା ବାଧାପ୍ରାପ୍ତ ହୋଇଛି । ତେବେ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଭାଟକୁମୁରଡ଼ା ରାଜସ୍ୱ ନିରୀକ୍ଷକ ଶଙ୍କର ବେହେରା, ପୁରୁଷୋତ୍ତମପୁର ଥାନା ଭାରପ୍ରାପ୍ତ ଅଧିକାରୀ କୁଳମଣି ସେଠୀ ଉପସ୍ଥିତ ରହି ଲୋକକୁ ବୁଝାଶୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବା କୁ ଚେଷ୍ଟା ଚଲାଇଛନ୍ତି ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବାବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ତହସିଲଦାର ଘରୁ ୩୦ ହଜାରଟଙ୍କା ସହାୟତା ପ୍ରଦାନ କରିଛନ୍ତି । ରେଡକ୍ରସ୍‌ରୁ ପୋଲିସ ଗାଡ଼ି ସହ ମୃତଦେହକୁ ଜବ ଦହକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପୁରୁଷୋତ୍ତମପୁର ପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments