Homelocalଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ

ରାୟଗଡା, (୦୭/୦୮) : ଆପ୍ର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଥିଲା।WhatsApp Image 2026 08 06 at 19.50.11

ବୈଠକରେ ମାନ୍ୟବର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ବିଭାଗୀୟ ସଚିବ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷକରି ରାୟଗଡ଼ା ଜିଲ୍ଲାର ରିଭରକଣା ଏସଏସଡି ବିଦ୍ୟାଳୟରେ ସିନିୟର ଛାତ୍ରଙ୍କ ଦ୍ୱାରା ଜୁନିୟର ଛାତ୍ରଙ୍କୁ ମାଡ଼ ମାରିଥିବା ଘଟଣାକୁ ଗୁରୁତ୍ୱର ସହ ଆଲୋଚନା କରାଯାଇଥିଲା । ଏହା ସହିତ ସମସ୍ତ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତ ଅନୁଯାୟୀ ଶିକ୍ଷକ ନିଯୁକ୍ତି, ପୁରୁଷ ଛାତ୍ରାବାସରେ ୱାର୍ଡେନ ଏବଂ ରାତ୍ରି ଜଗୁଆଳି ନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବିଭାଗୀୟ ଅଧିକାରୀମାନେ ଜଣାଇଛନ୍ତି ଯେ, ରିଭରକଣା ଏସଏସଡି ବିଦ୍ୟାଳୟର ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ସ୍ଥିତି ସମୀକ୍ଷା ପାଇଁ ଆସନ୍ତାକାଲି ସକାଳେ ଆମ ଟିମ୍ ସମ୍ପୃକ୍ତ ବିଦ୍ୟାଳୟ ପରିଦର୍ଶନ କରିବ ।WhatsApp Image 2026 08 06 at 19.50.40

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments