Homebreaking newsବାଲିଯାତ୍ରାରେ ଛୁରୀ ଭୁସି ହତ୍ୟା: ୨ ଅଭିଯୁକ୍ତ ଗିରଫ ପରେ ହଟିଲା ରାସ୍ତାରୋକ

ବାଲିଯାତ୍ରାରେ ଛୁରୀ ଭୁସି ହତ୍ୟା: ୨ ଅଭିଯୁକ୍ତ ଗିରଫ ପରେ ହଟିଲା ରାସ୍ତାରୋକ

କଲ୍ୟାଣସିଂହପୁର, (୧୧/୧୦) : ଆପ୍ର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ବାଲିଯାତ୍ରାରେ ବଚସାରୁ ରକ୍ତାକ୍ତ ସଂଘର୍ଷ ଘଟଣାର ୨ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ।

ସେମାନେ ହେଲେ କୋଲନରା ବ୍ଲକ ଗାଡ଼ିସେସଖାଲ ପଞ୍ଚାୟତର କୃଷ୍ଣ ମିଣିଆକା ଓ ଶିକାରପାଇ ପଞ୍ଚାୟତ ର ଧାମଲିମା ଗ୍ରାମର ବାବି ରାଓ ମିଣିଆକା । ବାଲିଯାତ୍ରା ଚାଲିଥିବା ବେଳେ ଉଭୟ ଏକ ବଚସାକୁ କେନ୍ଦ୍ର କରି ଛୁରାମାଡ଼ କରିଥିଲେ । ଏଥିରେ ମହେଶ କାଡ୍ରାକା ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ରୋହନ କାଡ୍ରାକା ଗୁରୁତର ଆହତ ହୋଇ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । କଲ୍ୟାଣସିଂହପୁର ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ପର୍କୀୟ ଭଉଣୀର ଫୋଟ ଉତ୍ତୋଳନକୁ ନେଇ ଦୁଇପକ୍ଷ ମଧ୍ୟରେରେ ବାଚସା ହୋଇଥିଲା। ସେହି ଯାତ୍ରାରୁ ହିଁ ଏକ ଛୁରି କିଣି କୃଷ୍ଣ ଓ ବାବି, ମହେଶ ଓ ରୋହନଙ୍କୁ ଛୁରି ଭୁସି ଦେଇଥିଲେ । ଘଟଣାସ୍ଥଳରେ ମହେଶଙ୍କ ମୃତ୍ୟୁ ଘଟିଥିବା ବେଳେ ରୋହନ ଏବେବି ଚିକିତ୍ସାଧୀନ ଅଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ଗତ ରାତିରୁ ରାୟଗଡା -କଲ୍ୟାଣ ସିଂହପୁର ୪୫ନମ୍ବର ରାଜ୍ୟ ରାଜପଥରେ ଚାଲିଥିବା ରାସ୍ତାରୋକ ହଟିଛି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେବା ପରେ ସକାଳ ୯ ଟା ସମୟରେ ରାସ୍ତାରୋକରୁ ଓହରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments