ପ୍ରତିଷ୍ଠା ସମାରୋହ ପାଳନ କଲେ ଓଡ଼ିଶା ଜାତାପୁ ସମାଜ

Date:

Share post:

ଗୁଣପୁର//ରାମନାଗୁଡା, (୭/୬) : ଆପ୍ର : ସଙ୍ଗଠନ ହିଁ, ଏକ ଜାତି ଓ ଧର୍ମର ପରିଚୟ । ସଙ୍ଗଠନ ବିନା ସମାଜରେ କୌଣସି ଗୋଷ୍ଠୀ ର ସ୍ଥିତି ନାହିଁ ।

ଏହି ପରିପ୍ରେକ୍ଷୀରେ ହଜିଯାଉଥିବା ଜାତାପୁ ସମାଜ (ଜାତି)ର ପରିଚୟକୁ ପୁନଃ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆଜିର ଏହି ଜାତାପୁ ସମାଜ ପ୍ରତିଷ୍ଠା ସମାରୋହ । ରାମନାଗୁଡା ବ୍ଲକ ରାମନାଗୁଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ “ଓଡିଶା ଜାତାପୁ ସମାଜ” ଓଡ଼ିଶାର ପ୍ରତିଷ୍ଠା ଦିବସକୁ ଆଜି ରାୟଗଡ଼ା ଓ ଗଜପତି ଜିଲ୍ଲାର ଶହଶହ ସଂଗଠକ ଯୋଗଦେଇ ଅତି ଆଡ଼ମ୍ବରରେ ପାଳନ କରିଥିଲେ । ସଙ୍ଗଠନ ର ଆବାହକ ମୀନାକା ନରେନ୍ଦ୍ର ନାଥ , ସଭାପତି ପୁଆଲା ନାଗଭୂଷଣ ରାଓ , ମାଣ୍ଡାଙ୍ଗି ରାମଚନ୍ଦ୍ର , ମୀନାକା କୃପାଳିନୀ , ମାଣ୍ଡାଙ୍ଗି ସନ୍ତୋଷ ପ୍ରସାଦ ମଞ୍ଚାସିନ ଥିଲେ । ପ୍ରଥମେ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

ମଞ୍ଚାସିନ ଅତିଥିମାନଙ୍କୁ ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା । ଅତିଥି ମାନେ ନିଜ ଅଭିଭାଷଣରେ କହିଥିଲେ ଯେ , ଜାତାପୁ ସଙ୍ଗଠନଟି ଜାତାପୁ ସମାଜର ଏକତା , ସୁରକ୍ଷା ଓ ସାମଗ୍ରିକ ବିକାଶ , ଓଡ଼ିଶା ଜାତାପୁ ସମାଜକୁ ପଞ୍ଜୀକରଣ କରିବା , ସମସ୍ତ ଜାତାପୁ ପରିବାରକୁ ସଙ୍ଗଠନରେ ସାମିଲ କରିବା , ବ୍ଲକ ସ୍ତରୀୟ ମଣ୍ଡଳ କମିଟି ସୁଦୃଢ଼ କରିବା , ଯୁବଶକ୍ତି ର ସାମଗ୍ରିକ ବିକାଶ , ବାଳିକା ମାନଙ୍କ ଶିକ୍ଷାକୁ ପ୍ରାଧାନ୍ୟ , ସମାଜର କୁସଂସ୍କାର ଗୁଡ଼ିକୁ ନିରାକରଣ , ଜମି ପଟ୍ଟା ରେ ଜାତି ସଂଶୋଧନ ସ୍ତରରେ ପଦକ୍ଷେପ ଆଦି କାର୍ଯ୍ୟକ୍ରମକୁ ଅତି ଦୃଢତାର ସହ ପଦକ୍ଷେପ ନେବାକୁ ସ୍ଥିର କରିଛି । ଆଜିର ସମାରୋହରେ ପାଞ୍ଚ ଜଣିଆ “କେନ୍ଦ୍ରିୟ କମିଟି” ଗଠନ କରାଯାଇଥିଲା । ଏହି କମିଟି ଆଗାମୀ ଦିନରେ ସମାଜର ସାଙ୍ଗଠନିକ ଦାୟିତ୍ଵ ନିର୍ବାହ କରିବାକୁ ସ୍ଥିର କରାଗଲା । ଆଜିର ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ପିରିପାକା, ପଦ୍ମନାଭ ପାତିକା, ଜଗନ୍ନାଥ ମାଣ୍ଡାଙ୍ଗି, ପ୍ରକାଶ କଣ୍ଡାଗରି , କାନ୍ତାରାଓ ନିମାଲା, ଶ୍ରୀନିବାସ ପାତିକା, କୈଳାସ ମାଣ୍ଡାଙ୍ଗି, ଚାଣ୍ଟି ନିମାଲା, ସେନାପତି କଣ୍ଡାଗରୀ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ହୋଟେଲକୁ ନେଇ ଯୁବତୀଙ୍କ ସହ ଦୁଷ୍କର୍ମ, ପୁରୁଷ ବନ୍ଧୁ ଅଟକ

ଭୁବନେଶ୍ୱର, (୦୮/୦୬) : ଆପ୍ର : ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା । ଧୋକା ଦେଇ ଦେଲା ପୁରୁଷ ବନ୍ଧୁ । ସମୟ ବିତାଇବା ଆଳରେ...

ବ୍ରାହ୍ମଣୀରେ ଅଘଟଣ; ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ

ଅନୁଗୁଳ, (୦୮/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ତାଳଚେରରେ ସୋମବାର ଏକ ହୃଦୟବିଦାରକ ଅଘଟଣ ଘଟିଛି । ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ...

ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ

ସୋର, (୦୮/୦୬) : ଆପ୍ର : ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଧକ୍କାଦେଲା ଟ୍ରକ, ବାପ ଝିଅ ମୃତ । ବାଲେଶ୍ବର ଜିଲ୍ଲା ସୋର...

ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ, ଦୁର୍ବୃତ୍ତ ଫେରାର

ପଦ୍ମପୁର, (୦୮/୦୬) : ଆପ୍ର : ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସ ଠାରେ ରାଜରାସ୍ତା ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ...