ଗୁଣପୁର – ୩୦/୯/୨୬ : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡ଼ା ଆତ୍ମା ପ୍ରକଳ୍ପ ଆନୁକୁଲ୍ୟରେ ଦୁଇ ଦିନିଆ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର ଶିବିରରେ ରାୟଗଡ଼ା ଜିଲ୍ଲାର ଗୁଣୁପୁର , ରାମନାଗୁଡା ଓ ଗୁଡାରୀ ବ୍ଲକରୁ ୨୫ ରୁ ଉର୍ଦ୍ଧ କୃଷକ ଓ କୃଷିଜୀବୀ ମହିଳାମାନେ ଯୋଗଦେଇଥିଲେ । ଡ଼ଃ ଅରବିନ୍ଦ ଦାସ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ଚାଷୀ ଭାଇ ଭଉଣୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୁଜାତା ନିସାଙ୍କା (କୃଷି ଜିଲ୍ଲା ଅଧିକାରୀ, ଗୁଣପୁର), ଡ଼ଃ ରାଧେଶ୍ୟାମ ଦାଶ( ବି.ଭି.ଓ , ଗୁଣପୁର), ସୁଜିତ କୁମାର ପାଢ଼ୀ ( ଡି.ପି.ଡି , ଆତ୍ମା) , ସତ୍ୟବ୍ରତ ସାହୁ ( ଉଦ୍ୟାନ କୃଷି ଅଧିକାରୀ , ଗୁଣପୁର ) , ଆଶିଷ ଚୌଧୁରୀ ( ଜେ. ଏଫ୍. ଟି.ଏ, ପଦ୍ମପୁର), କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ, ଡ଼ଃ ଅନିନ୍ଦିତା ରାୟ ଏବଂ ଡ଼ଃ ନାରମ ରାମୁ ବିଶେଷଜ୍ଞ ଭାବେ ଯୋଗଦେଇ କୃଷକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସରକାରଙ୍କ ପ୍ରମୁଖ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା , ଫାର୍ମ ରେଜିଷ୍ଟ୍ରୀ , ସମନ୍ୱିତ କୃଷି ପଦ୍ଧତି , କାମଧେନୁ ଯୋଜନା , ଆଳୁ , ପିଆଜ ,ପାମ୍ ତେଲ ଚାଷ , ମୋ ପୋଖରୀ ଯୋଜନା ଇତ୍ୟାଦି ଉପରେ କୃଷକ ମାନଙ୍କୁ ଅବଗତ କରାଯାଇଥିଲା ।
ନୂତନ ଜ୍ଞାନକୌଶଳ ମାଧ୍ୟମରେ ପ୍ରାକୃତିକ କୃଷି , ସଠିକ୍ ସାର ପରିଚାଳନା , ସଘନ କପା ଚାଷ ଏବଂ ମହୁମାଛି ପାଳନ ଉପରେ ବିଶେଷ ଆଲୋଚନା ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ବିଭିନ୍ନ ପ୍ରଦର୍ଶନୀ କ୍ଷେତ୍ର , ଫଳ ବଗିଚା , ବିହନ ଓ ଚାରା ଉତ୍ପାଦନ କ୍ଷେତ୍ର ପରିଦର୍ଶନ କରି ଏହିସବୁ ବିଷୟରେ ସଚେତନ ହେବାସହ କୃଷକମାନଙ୍କ ଭିତରେ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପରିମଳ ତରାଇ , ସୁମିତ୍ରା ମହାନ୍ତି ଓ ସୌଭାଗ୍ୟ ରଞ୍ଜନ ଦାସ ସହାୟତା କରିଥିଲେ ।

