Homelocalଆଠଗଡ଼ରେ ବଣୁଆ ହାତୀଙ୍କ ଉତ୍ପାତ, ଭଙ୍ଗାରୁଜା କଲା ସ୍କୁଲ

ଆଠଗଡ଼ରେ ବଣୁଆ ହାତୀଙ୍କ ଉତ୍ପାତ, ଭଙ୍ଗାରୁଜା କଲା ସ୍କୁଲ

ଆଠଗଡ଼, (୨୫/୧୧) : ଆପ୍ର : ଆଠଗଡ଼ରେ ବଣୁଆ ହାତୀଙ୍କ ଉତ୍ପାତ । କେତେବେଳେ ଗାଁ ଭିତରେ ତ କେତେବେଳେ ରାଜରାସ୍ତା ଉପରେ ସୃଷ୍ଟି କରୁଛନ୍ତି ଆତଙ୍କ ।

ଆଉ କେତେବେଳେ ସ୍କୁଲ କ୍ୟାମ୍ପସରେ ପଶି ଭଙ୍ଗାରୁଜା କରୁଛନ୍ତି । ଗତକାଲି ରାତିରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିନସ୍ଥ କପୁରସିଂ ଠାରେ ଜାତୀୟ ରାଜପଥ କଡରେ ଥିବା ଏକ ସ୍କୁଲରେ ବଣୁଆ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଏକ ବଣୁଆ ହାତୀ ପାଚେରୀ ଭାଙ୍ଗି ସ୍କୁଲ ମଧ୍ଯକୁ ଯାଇ ଭଙ୍ଗାରୁଜା କରିବା ସହ କିଛି ସମୟ ଧରି ଆତଙ୍କ ରଚିଥିଲା । ସେଠାରେ ଥିବା ସୁରକ୍ଷାକର୍ମୀ ମାନେ ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ବିଫଳ ହୋଇଥିଲେ । ବନବିଭାଗକୁ ଖବର ଦେବା ପରେ ଖୁଣ୍ଟୁଣୀ ବନ ବିଭାଗ କର୍ମଚାରୀମାନେ ପହଁଞ୍ଚି ବହୁ କସରତ ପରେ ହାତୀଟିକୁ କ୍ୟାମ୍ପସ ମଧ୍ଯରୁ ବାହାରକୁ ବାହାର କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments