Homelocalଜିଆଇଇଟି ବିଶ୍ୱବିଦ୍ୟାଳୟକୁ ‘ଇଣ୍ଡିଆ ବ୍ରାଣ୍ଡ ଆଇକନ୍ ଆୱାର୍ଡ-୨୦୨୬ରେ ସମ୍ମାନିତ

ଜିଆଇଇଟି ବିଶ୍ୱବିଦ୍ୟାଳୟକୁ ‘ଇଣ୍ଡିଆ ବ୍ରାଣ୍ଡ ଆଇକନ୍ ଆୱାର୍ଡ-୨୦୨୬ରେ ସମ୍ମାନିତ

ଗୁଣୁପୁର, (୩୦/୮) : ଆପ୍ର : ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ, ଗୁଣୁପୁର ପାଇଁ ଆସିଛି ଗୌରବର ଆଉ ଏକ ବଡ଼ ସଫଳତା ।WhatsApp Image 2026 08 30 at 16.18.37

କ୍ୟାମ୍ପସ୍ ପ୍ଲେସମେଣ୍ଟ ଏବଂ କର୍ପୋରେଟ୍ ରିଲେସନ୍ସ କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଜିଆଇଇଟି ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ‘ଇଣ୍ଡିଆ ବ୍ରାଣ୍ଡ ଆଇକନ୍ ଆୱାର୍ଡ-୨୦୨୬’ ପ୍ରଦାନ କରାଯାଇଛି । ମୁମ୍ବାଇ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟାଇମ୍ ସାଇବର୍ ମିଡିଆ ପକ୍ଷରୁ ଆୟୋଜିତ ସମ୍ମାନ ସମାରୋହରେ ଜିଆଇଇଟି ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ଃ.ଚନ୍ଦ୍ରଧ୍ୱଜ ପଣ୍ଡା ଏହି ପ୍ରତିଷ୍ଠିତ ପୁରସ୍କାର ଗ୍ରହଣ କରିଥିଲେ । ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ତଥା ପୂର୍ବତନ ଭାରତୀୟ କ୍ରିକେଟର୍ ସୁନୀଲ ଗାଭାସ୍କରଙ୍କ ଠାରୁ ଡ଼ଃ. ଚନ୍ଦ୍ରଧ୍ୱଜ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଗୌରବମୟ ମୁହୂର୍ତ୍ତ ଜିଆଇଇଟି ବିଶ୍ୱବିଦ୍ୟାଳୟ ପାଇଁ ଏକ ଐତିହାସିକ ସଫଳତା ଭାବେ ପରିଗଣିତ ହୋଇଛି ।

ଛାତ୍ରଛାତ୍ରୀଙ୍କ ଉତ୍ତମ କ୍ୟାରିୟର୍ ଗଠନ, ଶିଳ୍ପ ପ୍ରତିଷ୍ଠାନ ସହ ଦୃଢ଼ ସମ୍ପର୍କ ଏବଂ ଉତ୍ତମ କ୍ୟାମ୍ପସ୍ ପ୍ଲେସମେଣ୍ଟ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ପ୍ରୟାସକୁ ଏହି ସମ୍ମାନ ସ୍ୱୀକୃତି ମିଳିଛି । ଏହି ସମ୍ମାନ ଜିଆଇଇଟି ବିଶ୍ୱବିଦ୍ୟାଳୟର ଶିକ୍ଷା, ନିଯୁକ୍ତି ଓ କର୍ପୋରେଟ୍ ସଂଯୋଗ କ୍ଷେତ୍ରରେ ଉତ୍କର୍ଷର ଏକ ପ୍ରମୁଖ ପ୍ରମାଣ । ଏହି ସଫଳତାକୁ ନେଇ ସମଗ୍ର ଜିଆଇଇଟି ବିଶ୍ୱ ବିଦ୍ୟାଳୟ ପରିବାର ମଧ୍ୟରେ ଖୁସି ଓ ଉତ୍ସାହର ବାତାବରଣ ଦେଖାଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments