ଭିଜିଲାନ୍ସ ଜାଲରେ ଏଲଆଇ, ସର୍ଚ୍ଚ ବେଳେ ଘରୁ ୮ଲକ୍ଷ ୨୪ ହଜାର ଟଙ୍କା ଜବତ

Date:

Share post:

ନବରଙ୍ଗପୁର, (୨୭/୦୬) : ଆପ୍ର : ୮୦ ହଜାର ଟଙ୍କା ଲାଞ୍ଚ ନେଇ ଏଲଆଇ ଗିରଫ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ।

ନବରଙ୍ଗପୁର ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ଗିରଫ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା ଦେବାକୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ କାରବାର ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏହି ଯୋଜନାରେ ଦୁଗ୍ଧ ଚାଷୀମାନଙ୍କୁ ଗୋଟିଏରୁ ୫ଟି ଗାଈ ସହ ଦୁଗ୍ଧ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ସହାୟତା ଦିଆଯାଏ ।

ଏହି ଯୋଜନାରେ ଜଣେ ହିତାଧିକାରୀଙ୍କ ସବସିଡି ଟଙ୍କା ମୁକ୍ତ କରିବାକୁ ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ୮୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନ ଦେଲେ ସବସିଡି ଟଙ୍କା ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ । ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ପ୍ରଫୁଲ୍ଲ ଙ୍କୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ପାଇଁ ପ୍ରଫୁଲ୍ଲଙ୍କ ରାଇଘର DNK ସ୍ଥିତ ବାସଭବନ, ପାରୱେଲ ସ୍ଥିତ ପୈତୃକ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି । ସର୍ଚ୍ଚ ବେଳେ ତାଙ୍କ ଘରୁ ୮ଲକ୍ଷ ୨୪ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ବିଳମ୍ବରେ ଆରମ୍ଭ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ

ରାୟଗଡା, (୨୭/୦୬) : ଆପ୍ର : ରାୟଗଡା ଜି.ସି.ଡି ଖେଳ ପଡିଆ ଠାରେ ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ...

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର

ପୁରୀ, (୨୭/୦୬) : ଆପ୍ର : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ...

ଆଜିଠାରୁ ୫ ଦିନ ଅସ୍ଥିର ରହିବ ପାଗ; ବଜ୍ରପାତ ଓ ପ୍ରବଳ ବର୍ଷା ନେଇ IMDର ପୂର୍ବାନୁମାନ

ଭୁବନେଶ୍ୱର, (୨୭/୦୬) : ଆପ୍ର : ଆସନ୍ତା ୫ ଦିନ ରାଜ୍ୟରେ ପାଗ ବଦଳିବ। ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦...

ପାଠ୍ୟପୁସ୍ତକରେ ତ୍ରୁଟି, ତଦନ୍ତ ରିପୋର୍ଟ ପରେ ଆକ୍ସନ୍ ମୋଡରେ ସରକାର; ନିଲମ୍ବିତ ହେଲେ ୪ ଅଧିକାରୀ

ଭୁବନେଶ୍ୱର, (୨୭/୦୬) : ଆପ୍ର : ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟିକୁ ନେଇ ସରକାର ନେଇଛନ୍ତି କଡ଼ା ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ...