ସୁବର୍ଣ୍ଣପୁର, (୦୪/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସେଲେଡି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାଶ ଙ୍କ ସୁପୁତ୍ର ଦୂର୍ବାଦଲ ଦାଶ ଦୀର୍ଘ ୨୫ ବର୍ଷ ଧରି ସିଆରପିଏଫ୍ ଯବାନ ଭାବେ କାର୍ଯ୍ୟ କରି ୩୧-୫-୨୦୨୬ ରେ ମଣିପୁର ଠାରେ ଅବସର ଗ୍ରହଣ କରିଛନ୍ତି ।
ଶ୍ରୀ ଦାଶ ନିଜ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଚକ୍ରଧର ମିଶ୍ର , ପ୍ରମୋଦ କୁମାର ତ୍ରୀପାଠୀ,ଶାଶ୍ଵତ କୁମାର ତ୍ରିପାଠୀ , ଜଗନ୍ନାଥ ପ୍ରଧାନ, ବିଶ୍ୱଜିତ ତ୍ରିପାଠୀ, ଦୟାନିଧି ପ୍ରଧାନ, ବାସୁଦେବ ତରିଆ, ବଳରାମ ତ୍ରୀପାଠୀ, ସଞ୍ଜୟ, ଅଶୋକ, ପ୍ରଶାନ୍ତ, ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଯବାନ ଶ୍ରୀ ଦାଶ ଙ୍କୁ ଉପଢ଼ୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଦାଶ ତାଙ୍କ ଚାକିରୀ କାଳରେ ଭାରତ ର ମଣିପୁର, ଜାମ୍ବୁକାଶ୍ମୀର, ଆସାମ, ଓଡ଼ିଶା ଆଦି ସ୍ଥାନ ମାନଙ୍କରେ ସେବା ଯୋଗାଇ ଶେଷରେ ମଣିପୁର ଠାରେ ଅବସର ଗ୍ରହଣ କରିଥିଲେ ।

