ସୁବର୍ଣ୍ଣପୁର, (୦୨/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅନ୍ତର୍ଗତ ଭ୍ରମରପାଲି ଶାଖା କେନାଲରେ ହୀରାକୁଦ ଡେମ ତିଆରି ହେବା ଦିନଠାରୁ ପାଣି ଆସୁନଥିବା ଅଭିଯୋଗ ହୋଇଛି ।
ଫଳରେ ଚାଷୀମାନେ ମହାନଦୀରେ ବସିଥିବା ଉଠା ଜଳସେଚନ ପ୍ରକଳ୍ପ ପାଣିରେ ଚାଷ କରୁଛନ୍ତି ।ହେଲେ ଚାଷୀମାନେ କେନାଲ ପାଣିରେ ଚାଷ କରୁନଥିଲେ ବି ପ୍ରଶାସନ ଚାଷୀଙ୍କ ପାଖରୁ ଜୋର ଜବରଦସ୍ତ ଜଳକର ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏନେଇ ଚାଷୀମାନେ ତହସିଲଦାରଙ୍କ ପାଖରେ ଚାରିମାସ ଆଗରୁ ଅଭିଯୋଗ କରିଥିବା ବେଳେ ଆଜି ଶାଖା କେନାଲକୁ ବରପାଲି କେନାଲ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିଅର ଚନ୍ଦନ ସରାଫ, ରାମପୁର କେନାଲ ଏସ. ଡି. ଓ ଅଭିନନ୍ଦନ କିଷାନ ଜେଇ ପ୍ରଶାନ୍ତ ମାନସିଂ ଏବଂ ବିନିକା ରାଜସ୍ବ ବିଭାଗର ଆର. ଆଇ ସୁନୀଲ ଘିବିଲା ପରିଦର୍ଶନ କରିଥିଲେ । କିନ୍ତୁ ଅଫିସରମାନଙ୍କୁ ଚାଷୀମାନେ ଦୀର୍ଘ ଘଣ୍ଟାଧରି ଘେରିବା ସହିତ ହୋହାଲ୍ଲା କରି ପ୍ରତିବାଦ କରାଯାଇଥିଲା । ପଦ୍ମଲୋଚନ ପଣ୍ଡା, ରଘୁବୀର ବାବୂ,ପ୍ରେମରାଜ ସେଠୀ, ନବୀନ ପଧାନ,ପଞ୍ଚାନନ ବାବୂ, ଲୋକନାଥ ଦଣ୍ଡସନା ଆଦି ଅନେକ ଚାଷୀ ଉପସ୍ଥିତ ଥିଲେ ।

