ସୁବର୍ଣ୍ଣପୁର, (୧୮/୦୯) : ଆପ୍ର: ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ଆନୁକୂଲ୍ୟରେ ଛାତ୍ରୀଛାତ୍ରମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ସୋନପୁର ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନ ଉତ୍ସବ ରେ ଚଢେଇପଂକ ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ସୁରଥ ବାରିକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ ପାଣ୍ଡିଆ,ମହାରାଜା ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ଅନୁଲିତା ମିଶ୍ର ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲୀଜୀ ବିଶ୍ବନାଥ ଉପସ୍ଥିତ ଥିଲେ । ପ୍ରତ୍ୟେକ ବ୍ଲକ ରୁ ଆସିଥିବା ପ୍ରତିଯୋଗୀ ମାନେ ନିଜର ଗବେଷଣାଧର୍ମୀ ଉପସ୍ଥାପନା କରିଥିଲେ ଓ ବିଚାରକ ଭାବେ ସୁଜିତ ମିଶ୍ର, ପ୍ରଗତି ପୁରୋହିତ ଓ ସୁରଥ ବାରିକ ଥିଲେ ଓ ଛାତ୍ରୀଛାତ୍ରମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ମୂଲ୍ୟାଙ୍କନ କରିଥିଲେ । ‘ଭାରତୀୟ ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଉଦଯାପନୀ ଉତ୍ସବରେ ଏ.ଡି.ଏମ୍ ଶ୍ରୀମତୀ ପଧାନ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମେହେର , ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲୀଜୀ ବିଶ୍ବନାଥ, ଧର୍ମଶାଲା ଉଚ୍ଚ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେର, ପ୍ରଜ୍ଞା ପରମିତା ପ୍ରମୁଖ ଉପସ୍ଥିତ ଥିଲେ ।
୨୦୪୭ ସୁଦ୍ଧା ଭାରତର ଶକ୍ତି ସୁରକ୍ଷା, ଅକ୍ଷୟ ଶକ୍ତିର ବ୍ୟବହାର, ସ୍ଥାୟୀ ବିକାଶ ଏବଂ ବୈଜ୍ଞାନିକ ଚିନ୍ତାଧାରାର ଗୁରୁତ୍ୱ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ନିରୀକ୍ଷକ କହିଥିଲେ । ବ୍ଲକ୍ସ୍ତରରେ ବିଜୟୀ ହୋଇଥିବା ୬ ଜଣ ପ୍ରତିଯୋଗୀ ଏହି ସେମିନାରରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ସ୍ଥାନ ହୋଇଥିବା ଅଖିଲେଶ ଭୋଇ ଓଏଭି ଡୁଙ୍ଗରିରିପାଲି , ଦ୍ୱିତୀୟ ସ୍ଥାନ ସିମ୍ରନ ମେହେର ଓଏଭି ଝାରବୀହାଲି ଏବଂ ତୃତୀୟ ସ୍ଥାନ ନିକି ମୁଦୁଲି ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟ ଅଧିକାର କରିଥିଲେ। ପ୍ରଥମ ହୋଇଥିବା ଅଖିଲେଶ ଭୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । ସମସ୍ତ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରଜ୍ଞା ପରମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

