Homesportsବଙ୍ଗୋମୁଣ୍ଡାରେ ଜିଲ୍ଲା ସ୍ତରୀୟ ଅଣ୍ଡର-୧୭ ହ୍ୟାଣ୍ଡବଲ ଚାମ୍ପିୟନସିପ୍ ଉଦଯାପିତ, ବାଳିକା ବର୍ଗରେ ବଲାଙ୍ଗୀର ଓ ବାଳକ...

ବଙ୍ଗୋମୁଣ୍ଡାରେ ଜିଲ୍ଲା ସ୍ତରୀୟ ଅଣ୍ଡର-୧୭ ହ୍ୟାଣ୍ଡବଲ ଚାମ୍ପିୟନସିପ୍ ଉଦଯାପିତ, ବାଳିକା ବର୍ଗରେ ବଲାଙ୍ଗୀର ଓ ବାଳକ ବର୍ଗରେ ବଙ୍ଗୋମୁଣ୍ଡା ଚାମ୍ପିୟନ

ମୁରିବାହାଲ, (୧/୦୯) : ଆପ୍ର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ୧୭ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବିଭାଗର ହ୍ୟାଣ୍ଡବଲ ଚାମ୍ପିୟନସିପ୍-୨୦୨୬ ଅନୁଷ୍ଠିତ ହୋଇଯାଇଛି ।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରୀନା କୁମାରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁବାଲା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ବଙ୍ଗୋମୁଣ୍ଡା ବିଇଓ ଶାନ୍ତନୁ କୁମାର ପଢିହାରୀ, ଏବିଇଓ କୈଳାଶ ଚନ୍ଦ୍ର ଭୋଇ, ପ୍ରଧାନଶିକ୍ଷୟିତ୍ରୀ ହୃଦୟବାନ ଛତ୍ରିଆ, ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ, ବଙ୍ଗୋମୁଣ୍ଡା ଆଇଆଇସି ସଂଜୀବ କୁମାର ପ୍ରଧାନ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୋଷରାଜ ବେହେରା, ବିଏସଏସଏ ସମ୍ପାଦକ ଆଶିଷ ଦେବ ସା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ଉଦଯାପନୀ ଉତ୍ସବରେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ଜୟନ୍ତୀ ଲାଲ ସାହୁ, ଓଷ୍ଟା ବ୍ଲକ ସମ୍ପାଦକ ଅନୁପ କୁମାର ବାଗ, ଓଷ୍ଟା ବ୍ଲକ ସଭାପତି ଅରୁଣ ବାରିକ, ସାହିତ୍ୟିକ ଡ. ନାରାୟଣ ମିଶ୍ର ଏବଂ ବିଇଓ ଶାନ୍ତନୁ ପଢିହାରୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ପ୍ରତିଯୋଗିତାର ବାଳିକା ବିଭାଗରେ ବଲାଙ୍ଗୀର ବ୍ଲକ ବିଜେତା ଏବଂ ତୁରେକେଲା ବ୍ଲକ ଉପବିଜେତା ହୋଇଥିଲେ । ସେହିପରି ବାଳକ ବିଭାଗରେ ବଙ୍ଗୋମୁଣ୍ଡା ଦଳ ବିଜେତା ଏବଂ ସଇଁତଲା ବ୍ଲକ ଉପବିଜେତା ଆଖ୍ୟା ହାସଲ କରିଥିଲେ ।

ହେମନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସମର ଜେନା ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ଗଣପତି ସାହୁ ଓ ଡକେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ମ୍ୟାଚ କନଭେନର ଭାବେ ଚନ୍ଦ୍ର ଶେଖର ମେହେର ଦାୟିତ୍ୱ ତୁଲାଇଥିବା ବେଳେ ବୁଦ୍ଧିରାଜ ବିଶ୍ୱାଳ, ରାଜବିହାରୀ ବାନଛୋର, ବିନୋଦ ବିହାରୀ ବେହେରା, ପୁରନ୍ଦର ସେଠ, ରୋଜି ମଲ୍ଲିକ, ଦୟାସାଗର ଛୁରା, ସସ୍ମିତା ଗଡତିଆ, ରଜତ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments