କଣ୍ଟାବାଞ୍ଜି, (୧/୯) : ଆପ୍ର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ।
ଆଜି କଣ୍ଟାବାଞ୍ଜି ଅବକାରୀ ଅଧିକାରୀଙ୍କ ନେତୃତ୍ୱରେ ଷ୍ଟେସନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୧୦ କେଜି ଗଞ୍ଜେଇ ଜବତ ହେବା ସହ ଏହି ଘଟଣାରେ ସନ୍ଦୀପ କୁମାର (୨୨)ଙ୍କୁ ଗିରଫ କରାଯାଇଛି । ସେ ଜଙ୍ଗିନାଲଙ୍କ ପୁଅ, ଗ୍ରାମ- କୋଲ୍ ଗଡ଼ହିୟା, ପୋଷ୍ଟ- ସେମରିଆ, ଥାନା- କୋତୱାଲି କରବୀ, ଜିଲ୍ଲା- ଚିତ୍ରକୁଟ, ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି ।
ପରେ ଅଭିଯୁକ୍ତଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରାଯାଇଛି । ଏହି ଚଢ଼ାଉରେ କଣ୍ଟାବାଞ୍ଜି ଅବକାରୀ ଓଆଇସି ଝିନାପାଣି ସବର, ଏଏସ୍ଆଇ ପୃଥ୍ୱୀରାଜ କୁଅଁର, ରଞ୍ଜନ କୁମାର ମିଶ୍ର ଏବଂ ଅବକାରୀ କନଷ୍ଟେବଳ ଆଶିଷ କୁମାର ପଟେଲ ପ୍ରମୁଖ ସାମିଲ ଥିଲେ । ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଏନଡିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଆଗାମୀ ତଦନ୍ତ ଜାରି ରହିଛି ।

