Homebreaking newsତିନି ଲକ୍ଷ ଟଙ୍କା ର ବ୍ରାଉନ ସୁଗାର ସହିତ ଗଂଜେଇ ଜବତ : ଜଣେ ଗିରଫ

ତିନି ଲକ୍ଷ ଟଙ୍କା ର ବ୍ରାଉନ ସୁଗାର ସହିତ ଗଂଜେଇ ଜବତ : ଜଣେ ଗିରଫ

ବାଲିଗୁଡା, (୨୨/୮) : ଆପ୍ର : କନ୍ଧମାଳ ଜିଲ୍ଲା ରେ ଚାଲିଛି ଅବୈଧ ନିଶା କାରବାର, ବେଆଇନ୍ ଗଞ୍ଜେଇ ଚାଷ ଓ ଚାଲାଣ ପରେ ପରେ ଏବେ ବାଲିଗୁଡା ସହର ରେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଇଛି ।WhatsApp Image 2026 08 22 at 18.22.00

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ଥାନା ଅଧିକାରୀ ସମୀର କୁମାର ବେହେରା ଙ୍କ ନେତୃତ୍ଵ ରେ ପୋଲିସ ର ଏକ ସ୍ୱତନ୍ତ୍ର ଟିମ୍ ଗୋଇ ବନ୍ଧା ବ୍ରିଜ୍ ନିକଟ ରୁ ବାଲିଗୁଡା କଟାରୀ ସାହି ର ବ୍ରାଉନ ସୁଗାର ମାଫିଆ ରାଧାଶ୍ୟାମ କକାର୍ଜି କୁ ଗିରଫ କରି ତିନିଲକ୍ଷ ଟଙ୍କା ରୁ ଉର୍ଦ୍ଧ ବ୍ରାଉନ ସୁଗାର ଓ ଏକୋଇଶି କିଲୋଗ୍ରାମ୍ ଓଜନର ଗଂଜେଇ ନଗଦ ଟଙ୍କା , ମୋବାଇଲ ଜବତ କରିଛି ।

ଏହି କାରବାର ର ଚେର ଫୁଲବାଣୀ ସହର ସମେତ ପଡ଼ୋଶୀ ନୟାଗଡ଼ ଓ ଗଂଜାମ ଜିଲ୍ଲା କୁ ଲମ୍ବିଛି । ବାଲିଗୁଡା ରେ ନିଶା କାରବାର ରୋକିବାକୁ ପଦକ୍ଷେପ ନେଉଛି ପୋଲିସ । ଏନେଇ ବାଲିଗୁଡା ଥାନା ରେ ଏନଡିପିଏସ ଏକ୍ଟ ରେ ମାମଲା ରୁଜୁ କରିଛି, ଏହି କାରବାର ରେ ଆଉ ତିନି ଜଣ ମାଫିଆ ସମୃକ୍ତ ଥିବା ଜଣାପଡିଛି ଖୁବ୍ ଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବେ ବୋଲି ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ୍ ଭୋସଲେ ପ୍ରେସ ବିବୃତ୍ତିରେ କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments